ପୁରୀ ଜିଲ୍ଲା( ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା ୧୫-୬-୨୫ ପିପିଲି ବ୍ଲକ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ନିକଟସ୍ଥ ପୂବାଶାସନ ଗ୍ରାମରେ ପୂବାଶାସନ ବିକାଶ ପରିଷଦ ପକ୍ଷରୁ ମୋ ଗାଁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂଳାପକାର ଅଧ୍ୟାପକ ରଜନୀ ରଞ୍ଜନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମୋହନ ପ୍ରସାଦ ଶର୍ମା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ରଥ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଲୋକ କଳାର ପ୍ରସାର ଓ ପ୍ରଚାର ପାଇଁ ବିକାଶ ପରିଷଦ ବହୁବିଧ କାର୍ଯ୍ୟକ୍ରମ ପ୍ରତିବର୍ଷ କରୁଥିବାରୁ ଅତିଥିମାାନେ ତାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ କଳା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପାଞ୍ଚ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଡେ଼ଲାଙ୍ଗ/ ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ତାରା ଫୁଲ ସାହିତ୍ୟ ସଂସଦର ସାରସ୍ବତ ସମାରୋହ।
ପୁରୀ: ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍ ପୁଣି ଅଘଟଣ ଘଟାଇଛି।
ଶତାୟୁ ମହିଳାଙ୍କ ସ୍ମୃତିରେ ଶୋକ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ।