ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଜଗା ଦର୍ଶନ ପାଇଁ ଯାଉଥିଲେ , ଚଢ଼ିଗଲା ‘ଆମ ବସ୍’ । ପିପିଲି ନିକଟରେ ଚାଲିଗଲା ୩ ଯୁବତୀଙ୍କ ଜୀବନ। ସ୍କୁଟିରେ ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ। ମୃତକମାନେ ତିନି ଭଉଣୀ ହୋଇଥିବା ସୂଚନା ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି ଆମବସ୍। ବସ୍ର ଚାଳକ ଅନିୟନ୍ତ୍ରିତ ହୋଇ ଆଜି ଅପରାହ୍ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ଏଥିରେ ତିନି ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)।
ପୁରୀ: ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍ ପୁଣି ଅଘଟଣ ଘଟାଇଛି।


More Stories
ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠର ବାର୍ଷିକ ଉତ୍ସବ ୨୦୨୫
ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ପାଳନ l
ପୁରୀ: ୧୯୭୮ବ୍ୟାଚ ମାଟ୍ରିକ ବନ୍ଧୁ ମିଳନ l