କବିସୂର୍ଯ୍ୟନଗର, (ଆମ ଓଡିଶା ଖବର): କବିସୂର୍ଯ୍ୟନଗର ଏନ ଏ ସି ଅନ୍ତର୍ଗତ ମାପୁଣି ସାହିର ଗଣପତି ସାହୁ ଙ୍କ ଧର୍ମପତ୍ନୀ ଶଶୀକଳା ସାହୁଙ୍କ 83 ବର୍ଷ ବୟସରେ ପରଲୋକ ହୋଇଯାଇଛି | ସ୍ବର୍ଗତା ଶଶୀକଳା ସାହୁ ଜଣେ ଧର୍ମ ପରାୟଣ ମହିଳା ଥିଲେ | ଚଳିତ ମାସ 21 ତାରିଖରେ ତାଙ୍କର ହଠାତ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଂଗେ ସଂଗେ ସ୍ଥାନୀୟ ଡାକ୍ତର ଚିକିତ୍ସା କରିଥିଲେ | ହେଲେ ଅସୁସ୍ଥ ହେବାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା | ମୃତ୍ୟୁ ଖବର ପ୍ରସାରିତ ହେବା କ୍ଷଣି ସ୍ଥାନୀୟ ଲୋକେ ବହୁ ଦୁଃଖ ପ୍ରକାଶ କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ | ସ୍ବର୍ଗତା ସାହୁ ଙ୍କ ତିନି ପୁଅ ସନ୍ତୋଷ କୁମାର ସାହୁ, ରବି ନାରାୟଣ ସାହୁ, ଟିକିନା କୁମାର ସାହୁ, ଝିଅ ସବିତା ସାହୁ, ସଂଯୁକ୍ତା ସାହୁ, ମମତା ସାହୁଙ୍କ ସମେତ ନାତି ନାତୁଣୀ ମୃତ୍ୟୁ ଶେଜ ନିକଟରେ ଉପସ୍ଥିତ ଥିଲେ | ସ୍ବର୍ଗତା ସାହୁ ଜଣେ ପରୋପକାରୀ, କର୍ତ୍ତବ୍ୟନିଷ୍ଠ, ଧର୍ମପରାୟଣ ତଥା ମାନବ ବତ୍ସଳ ଥିବାରୁ ତାଙ୍କୁ ବନ୍ଧୁ ପରିଜନ, ଏନ ଏ ସି ବାସିନ୍ଦା ଝୁରି ହେଉଥିବାର ଦେଖିବାକୁ ମିଳିଛି | ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |
ରିପୋର୍ଟ:ଦେବାଶିଷ ମହାରଣା
More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS ASSOCIATED WITH SRI SUSIL KUMAR PANDA, AEE, GANJAM BLOCK।
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ପୋଲସରା ବିଜ୍ଞାନ ମହାିଦ୍ୟାଳୟ ଠାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ l