ଗଞ୍ଜାମ (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜାକର ଘଟଣା। ନକଲି ହୋମିଓ ଡାକ୍ତରଙ୍କର କରାନାମା ପାଇଁ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଡାକ୍ଟର ବାବୁ ନିଜକୁ ବିଶ୍ବହିନ୍ଦୁ ପରିଷଦର ମହାନ କର୍ମି ବୋଲାଉଥିବା ଡାକ୍ଟର ଭବାନୀ ଶଙ୍କର ନାବାଳିକାକୁ କଲେ ଦୁଷ୍କର୍ମ। ସେଥିରେ ଭାଗିଦାର ହୋଇଥିବା ଡାକ୍ତରଙ୍କ ସମେତ ୩ ଜଣ ହେଲେ ଗିରଫ। ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲାର ବୈଦନାଥପୁର ଥାନା ଅନ୍ତର୍ଗତ।

ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ପଦାକୁ ଆସିଲା। ଦର୍ଶକ ବନ୍ଧୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ନକଲି ହୋମିଓପାଥି ଡାକ୍ତରଙ୍କ ସହ ୨ ଜଣ ମହିଳା ସହୋଯୋଗ କାରିଥିଲେ। ମହିଳା ଦୁଇଜଣ ଅଙ୍ଗନବାଡି କର୍ମି ସାମିଲ ହୋଇଥିଲେ। ନକଲି ଡାକ୍ତର ହେଲେ ଭବାନୀ ଶଙ୍କର ଦାସ। ନକଲି ଡାକ୍ତର ବାବୁ ନର୍ସିଂ ଡିଗ୍ରୀ ଓ ଚାକିରି କରେଇ ଦେବାକୁ କହି ନାବାଳିକାଙ୍କୁ ପାଖରେ ରଖିଥିଲେ। ସହାୟିକା ଅଙ୍ଗନୱାଡ଼ି କର୍ମୀ, ନିଶା ଦେଇଥିଲେ, ଡାକ୍ତର ବାବୁ ବଳତ୍କାର କରିଥିଲେ। ସମସ୍ତେ ଏବେ ଜେଲ୍ ଭିତରେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।