ବେଗୁନିଆପଡା, (ଆମ ଓଡିଶା ଖବର ):ବେଗୁନିଆପଡ଼ା ଥାନା ଅନ୍ତର୍ଗତ କଞ୍ଚଣା ଓ ବେଗୁନିଆପଡା ରାସ୍ତାରୁ ୯୪ ବୋତଲ ହୋମିଓ ମେଡିସିନ ସ୍ପିରିଟ ଜବତ କଲା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ । ବ୍ରହ୍ମପୁରରୁ ଏକ କାର ଯୋଗେ ବେଗୁନିଆପଡ଼ା ଅଞ୍ଚଳକୁ ଏହି ସ୍ପିରିଟ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ର ରୁ ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ପୋଲିସ ଟିମ୍ ସହ ବେଗୁନିଆପଡ଼ା ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି କାର ସହ ୯୪ ବୋତଲ ହୋମିଓ ସ୍ପିରିଟ ଜବତ କରିଥିଲେ । ଏହା ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେପଟେ ଏହି ସ୍ପିରିଟ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଏହା ନିଶା ଭାବେ ବ୍ୟବସାୟ ପାଇଁ ଚାଲାଣ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ