କୋଇଡା(ଆମ ଓଡିଶା ଖବର) : ( କୋଇଡାରୁ ସରସ୍ବତୀ ଟିୟୁ ) ହାଇୱା ଟ୍ରକ୍ ସହ ମାରିତି ଓମନି କାର ମୁହାଁ ମୁହିଁ ଧକ୍କାରେ ଦୁଇ ମୃତୁ ହୋଇଥିବା ବେଳେ ୪ଜଣ ଗୃତର ହୋଇଛନ୍ତି l ସୂଚନା ଅନୁଯାୟୀ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଓ ଚାରି ଜଣ ଗୁରୁତର ହୋଇଛନ୍ତି l ପ୍ରତି ଦିନ ପରି କୋଇଡାରୁ କମଣ୍ଡ ସ୍ଥିତ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟକୁ ଡିଉଟି (duty) ଯିବା ସମୟରେ ହାଇୱା ଟ୍ରକ ସହ କାର ର ଭୟଙ୍କର ଦୃଘଟଣାର ସମୁଖୀନ ହୋଇଥିଲା l ଦୃଘଟଣାରେ କାରଟି କାଗଜ ପରି ମୋଡି ହୋଇ ଯାଇଥିଲା l ଚାରି ଆଡେ ରକ୍ତଛିଟା ଲୋକ ମାନଙ୍କର ହୃଦୟ ବିଦାରିତ ଦୃଶ୍ୟ ସୃଷ୍ଟି କରୁଥିଲା l ଖବର ପାଇ ଦୃଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଆହତ ବ୍ୟକ୍ତିଙ୍କୁ କୋଇଡା ସରକାରୀ ମେଡିକାଲକୁ ନେଇଥିଲେ l ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି l ଦୃଘଟଣାରେ କାରଟି ସମ୍ପୂର୍ଣ ଚୁରମାର ହୋଇଯାଇଛି l ଝିପି ଝିପି ବର୍ଷା ସାଙ୍ଗକୁ ଦ୍ରୁତ ଗତି ଦୃଘଟଣାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି l ମୃତକ ଦୁଇଜଣ ହେଲେ ସଜନ କୁମାର ଓ ଅଭିମନ୍ୟୁ କୁମାର l ଦୁଇଜଣଙ୍କ ଘର ବିହାର ଅଞ୍ଚଳର ବୋଲି ଜଣା ପଡିଛି l ଘଟଣା ସ୍ଥଳରେ ପୋଲିସ ପହଁଚି ଗାଡ଼ି ଦୁଇଟିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
କୋଇଡାରୁ ସରସ୍ବତୀ ଟିୟୁ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ