ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ । ଯେତେ ଖୋଜିଲେ ସେତେ ବାହାରୁଛି । ଚଢ଼ାଉରେ ଚୋରା ଦେଶୀ ବିଦେଶୀ ମଦ ସହ ପୋଚ ଜବତ କରିଛି ଅବକାରୀ ବିଭାଗ । କଟକ ଫ୍ଲ୍ୟାଇଂ ସ୍କ୍ୱାଡ୍ ଓ ଆଠଗଡ଼ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମର ଚତୁପାର୍ଶ୍ଵର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୧୭୯୫୫ ଲିଟର ପୋଚ ସହିତ ୧୮୯୦ ଲିଟର ଦେଶୀ ମଦକୁ ନଷ୍ଟ କରିଛି ଅବକାରୀ ବିଭାଗ ।
ଏହି ଅଞ୍ଚଳରେ ଅନେକ ଥର ଚଢ଼ାଉ ସତ୍ତ୍ୱେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଅବକାରୀ ବିଭାଗ ବାରମ୍ୱାର ବିଫଳ ହେଉଛି । ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ ସିଏଚ୍ ତିରୁପତିଙ୍କ ସମେତ ୬ରୁ ଅଧିକ ଅବକାରୀ ଅଧିକାରୀ ସାମିଲ ଥିଲେ ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।