ଭଦ୍ରକ (ଆମ ଓଡ଼ିଶା ଖବର )ଭଦ୍ରକ ଜିଲ୍ଲା ର ବିଭିନ୍ନ ଜାଗାରେ ପାଳନ ହୋଇଯାଇଛି ମହରମ ପର୍ବ ବିଶେଷ କରି ଧାମନଗର ବିଜ୍ଞାପିତ ଅଞ୍ଚଳ ଏମିତି ଏକ ସହର ଯେଉଁଠାରେ ହଜାର ହଜାର ବର୍ଷ ଧରି ହିନ୍ଦୁ ମୁସଲମାନ ସୁସମ୍ପର୍କ ଓ ନିଜ ନିଜ ମଧ୍ୟରେ ସମୋନୟ ରକ୍ଷା କରି ପର୍ବ ପାଳନ କରନ୍ତି। ତେଣୁ ଧାମନଗର ସହରକୁ ଏକ ଭାଇ ଚାରାର ସହର କୁହାଯାଏ। ମୁସଲମାନ ଭାଇ ମାନେ ନିଜ ସମ୍ପ୍ରଦାୟର ନବବର୍ଷ ଏବଂ ମୋହରମ ଅବସରରେ ଧାମନଗର ର ବିଭିନ୍ନ ସାହି ,ମହଲା ଓ ୱାର୍ଡରୁ ନିଜ ନିଜର ଆଖଡ଼ା ଦଳ ସହ ଆସି ନିଜର ସମର କଳା ପ୍ରଦର୍ଶନ କରିଥିଲେ।ପଠାଣ ମହଲା,ମୁନିସିପାଟଣା,କଣ୍ଟାବଣିଆ, କାଜିମହଲା,ହବିବନଗର, ବିଭିନ୍ନ ଅଞ୍ଚଳ ର ମୁସଲମାନ ଭାଇ ମାନେ ବହୁ ଧୁମ୍ ଧାମ ରେ ଘରୁ ବାହାରି ନିଜର ସମର କଳା ଦେଖେଇବା ସହିତ ନିଜର ନବବର୍ଷ ପାଳନ କରିଥିଲେ ।
ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।