ଭଦ୍ରକ (ଆମ ଓଡ଼ିଶା ଖବର )ଭଦ୍ରକ ଜିଲ୍ଲା ର ବିଭିନ୍ନ ଜାଗାରେ ପାଳନ ହୋଇଯାଇଛି ମହରମ ପର୍ବ ବିଶେଷ କରି ଧାମନଗର ବିଜ୍ଞାପିତ ଅଞ୍ଚଳ ଏମିତି ଏକ ସହର ଯେଉଁଠାରେ ହଜାର ହଜାର ବର୍ଷ ଧରି ହିନ୍ଦୁ ମୁସଲମାନ ସୁସମ୍ପର୍କ ଓ ନିଜ ନିଜ ମଧ୍ୟରେ ସମୋନୟ ରକ୍ଷା କରି ପର୍ବ ପାଳନ କରନ୍ତି। ତେଣୁ ଧାମନଗର ସହରକୁ ଏକ ଭାଇ ଚାରାର ସହର କୁହାଯାଏ। ମୁସଲମାନ ଭାଇ ମାନେ ନିଜ ସମ୍ପ୍ରଦାୟର ନବବର୍ଷ ଏବଂ ମୋହରମ ଅବସରରେ ଧାମନଗର ର ବିଭିନ୍ନ ସାହି ,ମହଲା ଓ ୱାର୍ଡରୁ ନିଜ ନିଜର ଆଖଡ଼ା ଦଳ ସହ ଆସି ନିଜର ସମର କଳା ପ୍ରଦର୍ଶନ କରିଥିଲେ।ପଠାଣ ମହଲା,ମୁନିସିପାଟଣା,କଣ୍ଟାବଣିଆ, କାଜିମହଲା,ହବିବନଗର, ବିଭିନ୍ନ ଅଞ୍ଚଳ ର ମୁସଲମାନ ଭାଇ ମାନେ ବହୁ ଧୁମ୍ ଧାମ ରେ ଘରୁ ବାହାରି ନିଜର ସମର କଳା ଦେଖେଇବା ସହିତ ନିଜର ନବବର୍ଷ ପାଳନ କରିଥିଲେ ।
ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ