ଛାତ୍ରଛାତ୍ରୀଙ୍କୁ ନେଇ ଭବିଷ୍ୟତ ମାର୍ଗ ଦର୍ଶନ ଉଦ୍ଦେଶ୍ଯରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା, (ଆମ ଓଡିଶା ଖବର): ଶନିବାର ଦିବା ୧୨ ଘଣ୍ଟ ସମୟରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ଶେଷ ବର୍ଷ ଏବଂ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ନେଇ ଭବିଷ୍ୟତ ମାର୍ଗ ଦର୍ଶନ ଉଦ୍ଦେଶ୍ଯରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ | ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀ ବିନୋଦ କୁମାର ମିଶ୍ର ଏବଂ ଓଡିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ରଂଜୁବାଳା ନନ୍ଦ ଉପସ୍ଥିତ ଥିଲେ | ସାଧନା କର୍ମୀ ଭାବେ ଆଡଭୋକେଟ ଜମିର ଅଲ୍ଲୀ ଖାନ୍ ଯୋଗ ଦେଇ ଆଇନ ଶିକ୍ଷା ର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇ ସମାଜ ସେବାରେ ଆଇନର ଆବଶ୍ୟକତା କିପରି ଅଧିକ ତାହା ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ | ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ , ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଶ୍ରୀମତୀ ତପସ୍ୱିନୀ କରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ପରିଶେଷରେ ଗଣିତ ବିଭାଗ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!