ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜ୍ୟୋତିପ୍ରକାଶ ଆଇସିୟୁରେ।

(ଆମ ଓଡିଶା ଖବର)
ସୌମ୍ୟାଶ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତି ପ୍ରକାଶ, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର। ଜ୍ୟୋତିପ୍ରକାଶ ସମ୍ପୂର୍ଣ୍ଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି। ପ୍ରଶାସନକୁ ଅନୁରୋଧ ଜ୍ୟୋତିପ୍ରକାଶ ଯେମିତି ଅବହେଳା ନହୁଏ। ସେହି ଭଳି ଯୁବକ ଆମ କଳୁଷିତ ସମାଜରେ ଆବଶ୍ୟକ ଅଛି। ସେହିବଳି ଯୁବକକୁ ଅବହେଳା ନକରିବା ପାଇଁ ଅନୁରୋଧ। ଜ୍ୟୋତିପ୍ରକାଶଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ ଏସ୍‌ସିବି ବର୍ଣ୍ଣ ୟୁନିଟ୍‌ର ଆଇସିୟୁ ନଂ-୯ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଥିବା ଏସ୍‌ସିବି ଆଇସିୟୁ ୟୁନିଟ୍‌ର ମୁଖ୍ୟ କହିଛନ୍ତି। ଯଦିଓ ଜ୍ୟୋତିପ୍ରକାଶଙ୍କ ଅବସ୍ଥା ସ୍ଥିର ଅଛି, ହେଲେମଧ୍ୟ ଜ୍ୟୋତିପ୍ରକାଶ ପ୍ରତି କାହିଁକି ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ରାଜନୈତିକ ପର୍ଯ୍ୟନ୍ତ କହିଁକି ଦୃଷ୍ଟି ପଡ଼ିନାହଁ?   ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇସାରିଥିବା ବେଳେ ଶାସକ – ବିରୋଧୀଙ୍କ କାଦୁଅଫିଙ୍ଗା ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ସମସ୍ତେ ଏକାଠି ହୋଇଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ମଧ୍ୟ ହୋଇଛି। ହେଲେ, ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତିପ୍ରକାଶଙ୍କ ଅବସ୍ଥାକୁ କେମିତି ସମସ୍ତେ, ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି। ଘଟଣାଦିନ ଯେତେବେଳେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଲା, ସେହି ସ୍ଥାନରେ ଅନେକ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ଗୋଟିଏ କ୍ଷଣ ବି ଚିନ୍ତା ନକରି ଯିଏ ନିଜର ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ସେହି ଯୁବକ, ଜ୍ୟୋତିପ୍ରକାଶ ଆଗେଇ ଯାଇଥିଲେ। ନିଜେ ପୋଡ଼ିହୋଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏହା ସାଧାରଣ କଥାନୁହେଁ। ଜ୍ୟୋତିପ୍ରକାଶଙ୍କ କହିବା କଥା, ସେଦିନ ସେ ବିଜ୍ଞାନ ଭବନ ଆଡ଼େ ଯାଉଥିଲେ। ତାଙ୍କ ସାମନାରେ ସୌମ୍ୟାଶ୍ରୀ ଜଳିଯାଉଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଭିତରେ ସାର୍ଟରେ ନିଆଁ ଲାଗିଯାଇଥିଲା। ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲି। କିଛି ସମୟ ଭିତରେ ପାଖରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଆସି ସାହାଯ୍ୟ କରିଥିଲେ। ପରେ ସେ ନିଜେ ପୋଡ଼ି ଯାଇଥିବା ଜାଣିଥିଲେ। ତାଙ୍କର ଜଣେ ମାମୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି। ପ୍ରଶାସନକୁ ଅନୁରୋଧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳନ୍ତୁ ନାହିଁ। ସେହିମାନେ ଆମ ଭବିଷ୍ୟତ, ସେମାନଙ୍କ ସୁରକ୍ଷିତ ହେଲେ ଆମେ ସୁରକ୍ଷିତ। ସେମାନଙ୍କୁ ରାଜନିତୀରୁ ଦୁରରେ ରଖନ୍ତୁ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!