(ଆମ ଓଡିଶା ଖବର)
ଭୁବନେଶ୍ବର କମିଶନରେଟ ପୋଲିସ ବାନ୍ଧିଲା ମାଷ୍ଟରମାଇଣ୍ଡ ନାରିନେତ୍ରୀଙ୍କୁ। ରେଳବାଇରେ ଟ୍ରେନ ଟିକେଟ ନିରୀକ୍ଷକ ଭାବେ କାର୍ଯ୍ଯ କରୁଥିବା କଥା ପ୍ରଚାର କରୁଥିବା ବେଳେ, ଯୁବକ ଯୁବତୀଙ୍କୁ ଚାକିରି କରେଇ ଦେବାନାରେ ଲୁଟୁଥିଲା ଟଙ୍କା। ତାହା ମଧ୍ଯ ଛୋଟିଆ ରକମ ନୁହଁ, ଲକ୍ଷ ଲକ୍ଷ ଟଙ୍କାର ମାମଲା। ୫ ଜଣଙ୍କ ଠାରୁ ୧୨ ଲକ୍ଷ ୫୦ ହଜାର କରି ସମୁଦାୟ ୬୨ ଲକ୍ଷ ୫୦ ହଜାର ନେଇ ଚାକିରି କରିବା ପାଇଁ ପ୍ରତେକ କାଗଜପତ୍ର ଯୋଗାଇ ଦେଇଥିଲେ। ରେଳବାଇରେ ଚାକିରି କରିବା ପାଇଁ ସେଠାରେ ପହଞ୍ଚି ସମସ୍ତ କାଗଜପତ୍ରର ଯମା କରିଥିଲେ। ଯାଞ୍ଚ କଲାପରେ ଜଣା ପଡିଲା ସମ୍ପୂର୍ଣ୍ଣ ମିଥ୍ୟା କାଗଜପତ୍ର। ସେହି ବହୁରୁପି ନାରିନେତ୍ରୀଙ୍କ ପଛରେ ଦଉଡୁଥିଲେ, ବେକାରୀ ଯୁବକ ଯବତୀ। ଘଟଣାଟି ଲମ୍ବିଛି ବ୍ରହ୍ମପୁର ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ। ରେଳବାଇରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଏକାଧିକ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବ୍ରହ୍ମପୁର ସଦରଥନାର ୫ ଜଣିଆ ଟିମ୍, କମିଶନରେଟ ପୁଲିସ ସହଯୋଗରେ ଦିର୍ଘ ଦିନ ପ୍ରତିକ୍ଷାରେ ନାରୀନେତ୍ରୀ ଶୁଭଲକ୍ଷ୍ମୀଙ୍କୁ ଗିରଫ କରିଛନ୍ତି। ପୁର୍ବରୁ ଏ ବିଘ୍ନେଶ୍ୱର ରାଓକୁ ବ୍ରହ୍ମପୁର ପୋଲିସ ବାନ୍ଧି ସାରିଛି। ଯେଉଁ ବହୁରୁପି ନାରୀନତ୍ରୀ ଶୁଭଲକ୍ଷ୍ମୀ, ପ୍ରଖ୍ୟାତ ସମାଜସେବୀ ଭାବରେ ପରିଚୟ ଦେଉଥିଲା। ନାରିନେତ୍ରୀଙ୍କ ଶାଖାପ୍ରସାଖା ଓଡିଶାର ବିଭିନ୍ନ ସ୍ଥାନରେ ଥିବା ଜଣାଜାଉଥିଲା। ସେହି ନାରିନେତ୍ରୀ ଶୁଭଲକ୍ଷ୍ମୀଙ୍କୁ ପୋଲିସ ବାନ୍ଧି ସାରିଛି। ଶୁଭଲକ୍ଷ୍ମୀଙ୍କ ସ୍ୱାମି ସମରଜିତ ରାଉତ ଓରଫ ବସନ୍ତ ସିଂହକୁ ପେରାଇ ଅଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।