ଛାତ୍ରୀ ମାନଙ୍କ ଆତ୍ମ ହତ୍ଯାର ଡେରା ଲାଗିଛି। ପୁଣି ପଦାକୁ ଆସିଲା କିରୋସିନରେ ପୋଡିହେଲେ ଯୁବତୀ।

ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ବଡ଼ମ୍ବା ବ୍ଳକ ଅଧିନ ସାନବାରାସଂ ଗ୍ରାମର ଝିଅ କଲଜ ଛାତ୍ରୀ କିରୋସିନ ଢାଳି ଆତ୍ମହତ୍ୟା କଲେ। ପୁଣି ଏଭଳି ଏକ ଅଭାବନୀୟ ଘଟଣା ପଦାକୁ ଆସିଲା। ଛାତ୍ରୀଙ୍କର ଆତ୍ମହତ୍ୟା ଘଟଣା ଘଟିଛି ବଡ଼ମ୍ବା ବ୍ଲକ ଅନ୍ତର୍ଗତ ସାନବାରସିଂ ଗ୍ରାମରେ। ପ୍ରେମ ବ୍ୟାପାରକୁ ନେଇ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ, ମୃତଦେହ ରଖି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ପରିବାର ଓ ଗ୍ରାମବାସୀ। ଘଟଣାସ୍ଥଳରେ ବଡ଼ମ୍ବା ତହସିଲଦାର ଏବଂ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସୂଚନା ମୁତାବକ, ସାନବାରସିଂ ଦୁର୍ଯ୍ୟୋଧନ ସ୍ଵାଇଁଙ୍କ ଝିଅ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ଯାହା ଶୁଚନାରୁ ଜଣାପଡ଼ିଛି ଦୁର୍ଯ୍ୟୋଧନ ସ୍ଵାଇଁଙ୍କ ଝିଅ ସେହି ଗ୍ରାମର ଜଣେ ଯୁବକଙ୍କ ଭଲ ପାଉଥିଲେ। ପ୍ରେମରେ ବାଧା ଶୃଷ୍ଟି ହେବାରୁ କିରୋସିନକୁ ଆପଣାଇ ଥିଲେ ଛାତ୍ରୀ ଜଣକ। ଗରୁବାର ଅପରାହ୍ନରେ ଘରେ ଏକୁଟିଆ ଥିବା ସମୟରେ ଯୁବତୀ ଜଣକ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଉ ଏଥିରେ ଗୁରୁତର ଭାବରେ ଆହତ ହୋଇପଡ଼ିଥିଲେ। ତେବେ ଘର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଡ଼ମ୍ବା ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୫୦% ଜଳିଯାଇଥିଲା । ପରିଶେଷରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଛି। ସେପଟେ ଏହି ଘଟଣାକୁ ନେଇ ନ୍ୟାୟ ଦାବିରେ ମୃତଦେହ ରଖି ୬୫ ନମ୍ବର ରାଜ୍ୟ ରାଜପଥ ସାନବାରସିଂ ଠାରେ ରାସ୍ତା ଅବରୋଧ। ଘଟଣାସ୍ଥଳରେ ବଡ଼ମ୍ବା ତହସିଲଦାର ଏବଂ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!