ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମ

କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଧ୍ୟକ୍ଷ କୌଶଳ ଶିକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ମାନ ବିଶଦ ବର୍ଣ୍ଣନା କରିଥିଲେ | ଛାତ୍ରଛାତ୍ରୀ ନିଜ ନିଜ ଦକ୍ଷତା ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ | ଉପସ୍ଥାପନା ପ୍ରସ୍ତାବ ଗୁଡିକର ପରୀକ୍ଷଣ ନିମନ୍ତେ ବିଚାରକ ଭାବେ ପୁରାତନ ଛାତ୍ର ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ ଏବଂ ସ୍ଥାନୀୟ ଉଦ୍ୟୋଗୀ ଭାବେ ଶ୍ରୀଯୁକ୍ତ ଦୀପକ କୁମାର ଖଟେଇ ଯୋଗଦେଇଥିଲେ | କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କେ ସଂଯୋଜିକା ଶ୍ରୀମତୀ ରଞ୍ଜୁଵାଳା ନନ୍ଦ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଲୋକପାତ କରିଥିଲେ | ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଏକାଡେମିକ ଅଧିକାରୀ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଆକାଉଣ୍ଟ ବରସର ଶ୍ରୀଯୁକ୍ତ ସାଗର ଚାନ୍ଦ ପାତ୍ର ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ | ପରିଶେଷରେ ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!