ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ବୌଦ୍ଧ ବନଖଣ୍ଡ ଦେବଗଡ଼ ବିଟ ବାଙ୍କଦେଇ ସଂରକ୍ଷିତ ଜଙ୍ଗଲ ଗତକାଲି ବିଳମ୍ବିତ ରାତ୍ରି ରେ ବନ ବିଭାଗର ପେଟ୍ରୋଲିଙ୍ଗ ସମୟ ରେ ଏକ ଭାଲୁ ର ମୃତ ଦେହ ଠାବକରିଥିବା ବେଳେ ଏକ ଜଙ୍ଗଲୀ ବାରହା ର ସଦ୍ୟ ଅନ୍ତନାଡି ପୁଟା ଜବତ କରିଥିଲା l ବିଭାଗର ସୂଚନା ମତେ ସୋମବାର ରାତିରେ ବନ ବିଭାଗ ର କର୍ମଚାରୀ ବାଙ୍କଡେଇ ଜଙ୍ଗଲ ରେ ପେଟ୍ରୋଲିଙ୍ଗ ସମୟ ରେ ଉକ୍ତ ଭାଲୁର ଶବ ଓ ବାରହା ସଦ୍ୟପୁଟା ଦେଖିବାକୁ ପାଇଥିଲେ l ଏସିଏଫ ଆଶିଷ କହଁର, ଫରେଷ୍ଟର ପ୍ରକାଶ ପ୍ରଧାନ, ସ୍ୱାଧୀନ ସାମଲ ଓ ସ୍କlର୍ଡ କର୍ମଚାରୀ ପ୍ରମୁଖ ସାମିଲ ଥିବାବେଳେ ଭାଲୁ ର ମୃତ ଦେହ ଓ ବାରହା ର ପୁଟାକୁ ବ୍ୟବଛେଦ ଆଜି କରାଯାଇଛି ଏବଂ ରିପୋର୍ଟ ଆସିଲେ ଭାଲୁ ଓ ବାରହା ର ମୃତ୍ୟୁ ର କାରଣ ଜଣାପଡିବ ବୋଲି ଏ ସି ଅଫ ଆଶିଷ କହଁର ସୂଚନା ଦେଇଛନ୍ତି!ଅନ୍ୟପଟେ ବିଭାଗପକ୍ଷରୁ ମୃତ୍ୟୁ ର କାରଣ ତଦନ୍ତ ଜାରି ରଖିଥିବା ନେଇ ବିଭାଗପକ୍ଷରୁ ସୂଚନା ଦିଆ ଯାଇଛି l ଖୋଦ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ନିଜ ଜିଲ୍ଲା ରେ ବନ୍ୟ ଜନ୍ତୁ ସୁରକ୍ଷିତ ନୁହନ୍ତି l ଏହି ଜିଲ୍ଲା ରେ କେତେବେଳେ ବାଘ ଚମଡା ଜବତ ତ କେତେବେଳେ ହାତୀ ମୃତ୍ୟୁ ଘଟଣା ଘଟୁଛି l ବନ୍ୟ ଜନ୍ତୁ ଶିକାର କରୁଥିବା ଆସାମୀ ବିରୋଧ ରେ ସେପରି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ l ଫଳରେ ବୌଦ୍ଧ ଜିଲ୍ଲା ରେ ଦିନକୁ ଦିନ ବନ୍ୟ ଜନ୍ତୁ ଶିକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଉଛି l
More Stories
ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି (ଏନ୍. ଇ. ପି) -୨୦୨୦: ଉଚ୍ଚଶିକ୍ଷା ମନ୍ତ୍ରୀ।
ଗୁଡାରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ଟିଟିଲାଗଡ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ବର ମାଝିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।