ରିପୋର୍ଟର :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :- ମଣିପୁରରେ ଆଦିବାସୀମହିଳା ଙ୍କୁ ନିର୍ଯାତନା ପ୍ରତିବାଦ ରେ ଆଜି ସନ୍ଧ୍ୟା ରେ ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଚନ୍ଦାହାଣ୍ଡି ଅନୁସୂଚିତ ଜାତି, ଜନଜାତି, ଓ ବି ସି ଏବଂ ସଂଖ୍ୟାଲଘୁ ସଙ୍ଗଠନ ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜକୁ ଶହେ ଦିନରୁ ଉର୍ଦ୍ଧ୍ବ ହେବ ମଣିପୁରରେ ଅଶାନ୍ତି ଓ ଦଙ୍ଗା ଲାଗିରହିଥିବା ବେଳେ ଏହା ଥମିବାର ନା ନେଉ ନାହିଁ। ଗତ କିଛି ଦିନ ତଳେ ଦୁଇ ଜଣ ଆଦିବାସୀ ଯୁବତୀ ଓ ମହିଳା ଙ୍କୁ ଉଲଗ୍ନ କରି ପ୍ୟାରେଡ କରାଇବା ଘଟଣା ସଭ୍ୟ ସମାଜ ଓ ନାରୀ ଜାତି ଙ୍କ ପ୍ରତି ଅନ୍ୟାୟ କରାଯାଇ ଥିବା ବେଳେ ଏହାର ପ୍ରତିବାଦରେ ସାରା ଦେଶରେ ବିଦ୍ରୋହ ର ବହ୍ନି ପ୍ରଜ୍ବଳିତ ହୋଇଛି। ବିଭିନ୍ନ ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳ ବିଭିନ୍ନ ଫୋରମରେ ପ୍ରତିବାଦ କରୁଥିବା ବେଳେ ଏହାର ପ୍ରତିଫଳନ ଚନ୍ଦାହାଣ୍ଡି ରେ ମଧ୍ୟ ଦେଖିବାକୁ ମିଳିଛି । ଆଜିର ଏହି ଶୋଭା ଯାତ୍ରା ରେପୂର୍ବତନ ସରପଞ୍ଚ ଦଶରଥ ଧୁରୁଆ, ଆଇନଜୀବୀ କ୍ଷେମରାଜ ବାଘ, ମହମ୍ମଦ ହୁସେନ, ପୀତାମ୍ବର ସୋରୀ,ଏସ ଏମ ଇଦ୍ରିସ, ମୁରଲିଧର ପୂଜାରୀ, ଚନ୍ଦ୍ରଧ୍ଵଜ ଡଙ୍ଗରୀ, ଭୀମସେନ ଡଙ୍ଗରୀ ନିରାକାର ଜଗତ, ମେଲବିନ ଜଗତ, ସନିନ୍ଦ୍ର ନେତାମ,ରଜତ ଜଗତ, ଦେବାଶିଷ ନାୟକ, ସଦନ ଜଗତ, ଏଡ୍ ବିଞ୍ଜନ ଜଗତ, ଆକାଶ ପୁଜାରୀ ଙ୍କ ସମେତ ଶତାଧିକ ଯୁବକ ଯୋଗ ଦେଇଥିଲେ।


More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l