ଖୋର୍ଦ୍ଧା(ଆମ ଓଡ଼ିଶା ଖବର ) କୈବର୍ତ୍ତ ଯୁବ ମଞ୍ଚ ଆନୁକୂଲ୍ୟରେ ଭୁଷଣ୍ଡପୁର ସ୍ଥିତ ବାଲିପାଟପୁର ଚିଲିକା କୂଳରେ ଅନୁଷ୍ଠିତ ହୋଇଥିଲା କୈବର୍ତ୍ତ ଜନ ଜାଗରଣ ସମାବେଶ ଏବଂ ବୋଇତ ବନ୍ଦାଣ ଉତ୍ସବ । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତ୍ୟନ୍ତ ଭାବରେ ଏକ୍ସ ମିନିଷ୍ଟର ଯୋଗେନ୍ଦ୍ର ବେହେରା , ସମ୍ମାନୀତ ଅତିଥି ଭାବରେ ରାଜ୍ୟସଭା ସାଂସଦ ମୁନା ଖାଁ । ଅନ୍ୟାନ୍ୟ ଅତିଥି ଭାବେ ନିଖିଳ ଓଡିଶା କୈବର୍ତ୍ତ ମହାସଂଘର ସଭାପତି ମନୋଜ କୁମାର ବେହେରା , କେନ୍ଦ୍ରୀୟ ଉପ-ସଭାପତି ପ୍ରସନ୍ନ କୁମାର ବେହେରା ଓ ଜଗନ୍ନାଥ ମାଝୀ ,

ଜିଲ୍ଲା ସଭାପତି କଂସାରୀ ନାୟକ ( ବଲାଙ୍ଗୀର ) , ରମେଶ ଚନ୍ଦ୍ର ପରିଡା ( ଭଦ୍ରକ ) , ଉମାକାନ୍ତ ମାଝୀ ( ବାଲେଶ୍ବର ) , ଶରତ ପାଣ୍ଡେ ( ବରଗଡ଼ ) , ରାଜ୍ୟ ସମ୍ପାଦକ କ୍ଷେତ୍ରବାସୀ ବେହେରା , ଜଳନ୍ଧର ଖଟୁଆ ଓ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ସଂଚାଳନ କରିଥିଲେ ବାଲିପାଟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ବେହେରା । କୈବର୍ତ୍ତ ଓ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ସମସ୍ୟାର ସମାଧାନ ପାଇଁ ଏକ୍ସ ମିନିଷ୍ଟର ଯୋଗେନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ମୁନା ଖାଁ ଙ୍କୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଆୟୋଜକ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଉ ଶେଷରେ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇଥିଲେ ଅତିଥିମାନେ । ଏହି ଉପଲକ୍ଷେ ଆୟୋଜକ କମିଟି ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l