ରିପୋର୍ଟ (ଦିଲୀପ ଦୁରିଆ )
ଧର୍ମଗଡ: ୨୯/୦୧ (ଆମ ଓଡ଼ିଶା ଖବର )
ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ ଭାବେ ସୋମବାର ଦିନ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉପଖଣ୍ଡ ଅଧୀନରେ ଥିବା ବିଭିନ୍ନ ପ୍ରଶାସନିକ ପଦାଧିକାରୀ ମାନେ ସ୍ୱାଗତ ସମର୍ଦ୍ଧନା ଜଣାଇଥିଲେ।ଏହିପରିପେକ୍ଷିରେ ଧର୍ମଗଡ ସାମ୍ବାଦିକ ସଂଘ ସହ ଉପଜିଲ୍ଲାପାଳ ଏକ ସାକାରାତ୍ମକ ଭାବେ ଆଲୋଚନା କରିଥିଲେ।ଏପରି କି ଏକ ପ୍ରେସମିଟ ମାଧ୍ୟରେ ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ସମସ୍ୟା କୁ ଗୁରୁତ୍ୱ ଦେଇଥିବା କହିଥିଲେ।ବିଶେଷ ଭାବେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଦାଦନ ଭଳି ସମସ୍ୟା କୁ ଅତି ଗୁରୁତ୍ୱ ଦିଆଯିବାକୁ ପ୍ରକାଶ କରିଥିଲେ।ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ,ବୈଦ ନାଥ ବେହେରା,ବିଦ୍ୟାଧର ସାହୁ,ଉମେଶ ଦୁରିଆ,ଚନ୍ଦ୍ର ଲହଜଳ,ଆକାଶ ଜଗତ,ସୁବାସ ଚନ୍ଦ୍ର ବାଗ,ସୁଧୀର ଗୋପାଳ, ରମଣୀ ଜାଲ,ସୌମ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ, ବେଦ ଭୂଷଣ, ଆଇଏଏସ ବଦଳି ହେବା ପରେ ଦୀର୍ଘ ଛଅ ମାସ ହେଲା ଧର୍ମଗଡ ଉପଜିଲ୍ଲାପାଳ ପଦବୀ ଖାଲି ପଡିଥିଲା।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l