ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ମାଦାଗୁଡ଼ା ଗ୍ରାମ ର ଯୁବ ଶିକ୍ଷକ ତଥା କନ୍ଧମାଳ ର ଜଣାଶୁଣା ସମାଜସେବୀ ବୁଲୁ ମଲିକ ଦାଦନ ଖଟିବାକୁ ଯାଇ ଦୁଇ ହାତ ହରାଇଥିବା ଅଙ୍ଗଦ ମଲିକ ଙ୍କ ନିକଟରେ ପହଞ୍ଚି ସହାୟତା ର ହାତ ବଢ଼ାଇଛନ୍ତି । ବାଲିଗୁଡ଼ା ଡହଳପଡ଼ି ସ୍ଥିତ ଅଙ୍ଗଦ ଙ୍କ ଘରେ ସହଯୋଗୀ ସୁମିତ କୁମାର ପାଢ଼ୀ, କାହ୍ନା ପୂଜାରୀ,ଚିଟୁ ବେହେରା ଙ୍କ ସହିତ ପହଞ୍ଚି ଅଙ୍ଗଦ ଙ୍କ ପରିବାର ଲୋକଙ୍କୁ ଭେଟି ଅଙ୍ଗଦ ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଗୋଟିଏ ମାସର ରାସନ୍ ସାମଗ୍ରୀ ଲୁଗା ପଟା ପ୍ରଦାନ କରିଛନ୍ତି l

ସୂଚନା ଯୋଗ୍ୟ ଯେ ବୁଲୁ ମଲିକ ଗରିବ ଅସହାୟ ଙ୍କୁ ସାହାଯ୍ୟ ହେଉ କିମ୍ବା କୈଣସି ଗରିବ ପିଲା ପାଠ ପଢାରେ କେମିତି ବଞ୍ଚିତ ହେବେ ନାହିଁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି ଓ ନିଜେ ମଧ୍ୟ ବହୁ ବାର ରକ୍ତ ଦାନ କରି କିଛି ଯୁବ ପିଡ଼ିଙ୍କପାଇଁ ପ୍ରେରଣା ସାଜିଛନ୍ତି ବୁଲୁ ମଲିକ ।ସମାଜ ସେବା କରିବାରେ ଆନନ୍ଦ ପାଆନ୍ତି ଏସବୁ ସେ ନିଜ ପେଟ ରୁ କାଟି ଜନସେବାରେ ଲାଗନ୍ତି l ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଉଛି ସମାଜସେବା l କରୋନା ସମୟରେ ବହୁ ଅଭାବୀ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ନଜିର ରେ ରହିଥିଲେ ବୁଲୁ ଭାଇ l


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।