ଅଙ୍ଗନୱାଡ଼ି କେନ୍ଦ୍ର ସାଜିଛି ବିୟର ବାର

ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କରିପୋର୍ଟ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମପଞ୍ଚାୟତ  ମୁଣ୍ଡାପାଡ଼ା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମାଳ ମାଳ ବିଅର ବୋତଲ ସରକାର ଛାତ୍ରଛାତ୍ରୀ ମାନଙ୍କ ନିମତେ ଶିକ୍ଷା ଦାନ ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ । ଏଇ ସ୍ଥାନରେ ପିଲାମାନଙ୍କର ଭବିଷତ ଅସୁରକ୍ଷିତ ଦେଖା ଯାଉଛି । ଅଙ୍ଗନାୱାଡ଼ି କେନ୍ଦ୍ର ଗୃହ ସମ୍ମୁଖରେ ବେଆଇନି ମଦ ଦୋକାନ ଥିବାରୁ ମଦ୍ୟପ ମାନେ ରାତିଦିନ ବସା ବାନ୍ଧିଛନ୍ତି । ଯାହାରି ଫଳରେ ବାରଣ୍ଡାରେ ବସି ମଦ ପିଉଛନ୍ତି । ଅଙ୍ଗନ ୱାଡ଼ି କର୍ମୀ ସକାଳ ପାଇଲେ ସବୁବେଳେ ମଦ ବୋତଲ ଫିଙ୍ଗିବାରେ ବ୍ୟସ୍ତ । ଅଙ୍ଗନାୱାଡ଼ି କେନ୍ଦ୍ରରେ ମୁଖ୍ୟ ଫାଟକ ନଥିବାରୁ.ଏଥିପାଇଁ ଘଟଣା ଘଟୁଛି ।
ଫାଟକ ତିଆରି କରିବା ନିମନ୍ତେ । ସିଡିପିଓ ଏବଂ ବିଡ଼ିଓ ଙ୍କୁ ଜଣେଇଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ । ବୋଲି କହିଛନ୍ତି ମୁଣ୍ଡାପଡା ଅଙ୍ଗନାୱାଡ଼ି କର୍ମୀ ପ୍ରଭାତୀ ପ୍ରଧାନ

error: Content is protected !!