ରିପୋର୍ଟର , (ଯଯାତି କେଶୋରୀ ବିଶ୍ୱାଳ):
ରାଉରକେଲା : ଚଳିତ ଜୁନ୍ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ସହରର ଜାତୀୟ ବିଧାୟକ କନକ୍ଳେଭ (ଏନ୍ ଏଲ୍ ସି) ୨୦୨୩ ସମାପନ ହୋଇଥିଲା ବେଳେ ସମଗ୍ର ଦେଶରୁ ୭୫ ଜଣ ଶ୍ରେଷ୍ଠ ବିଧାୟକ ଙ୍କୁ ଏବଂ ଓଡ଼ିଶା ରୁ ୫ ଜଣ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯିବା ସହ ସମ୍ମାନିତ କରାଯାଇଛି। ଓଡ଼ିଶାର ୫ ଜଣ ବିଧାୟକଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରହିଥିଲା ବେଳେ ବଣାଇ ର ଲଢ଼ୁଆ ଓ ଲୋକପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରହିଛନ୍ତି।
ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ତାଙ୍କର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟତା, ଜନହିତକର କାର୍ଯ୍ୟ, ବିଧାୟକ ପାଣ୍ଠିର ସର୍ବାଧିକ ନିର୍ବାଚନ ମଣ୍ଡଳୀ ରେ ବିନିଯୋଗ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ ପାଇଁ ଉଦ୍ୟମ ଏବଂ ତାଙ୍କର ସର୍ବସାଧାରଣ ରେ ବ୍ୟବହାର ଓ ସରଳ ଜୀବନ ଯାପନ ପାଇଁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ମନୋନୀତ କରିବା ସହ ସମ୍ମାନିତ କରାଯାଇଛି। ଏହା ନିଶ୍ଚିତ ଭାବରେ ବଣାଇ ନିର୍ବାଚନ ମଣ୍ଡଳୀ, ସୁନ୍ଦରଗଡ଼ ଜିଲ୍ଲା ଓ ଆମ୍ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପରିପ୍ରେକ୍ଷୀରେ ରାଉରକେଲା ନାଗରିକ ମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ, ଯୁବ ଛାତ୍ର ଓ ମହିଳା ସଂଗଠନ, ବିଭିନ୍ନ ସାମାଜିକ ସାଂସ୍କୃତିକ ସଂଗଠନ ଓ ବ୍ୟାଙ୍କ, ବୀମା,ଡାକ,ବି ଏସ ଏନ୍ ଏଲ୍ ପ୍ରଭୃତି କର୍ମଚାରୀ ସଂଗଠନ ମାନଙ୍କ ପକ୍ଷରୁ ସ୍ଥାନୀୟ ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାର ଠାରେ ଉଛ୍ଛସିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ରାଉରକେଲା ର ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ଘନିଷ୍ଠ ସହକର୍ମୀ ତଥା ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ସ୍ଵାଗତ ଭାଷଣ ଦେବା ସହ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ଦୀର୍ଘ ରାଜନୈତିକ ସାଲିସହୀନ ଜୀବନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧ୍ୟାପକ ଡଃ ପ୍ରଭାତ ମଲ୍ଲିକ,ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ରାଉରକେଲା ଶିଳ୍ପ ଓ ବଣିକ ସଂଘ ର ସଭାପତି ସୁନିଲ୍ କାୟଲ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସମାଜସେବୀ ହରିହର ରାଉତରାୟ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାସ, କଲଚରାଲ ଏକାଡେମୀ ପକ୍ଷରୁ ଅକ୍ଷୟ ସାମଲ,ଓଷ୍ଟା ପକ୍ଷରୁ ବ୍ରଜେନ୍ଦ୍ର ଦାସ ଓ ଶିଶିର ପାଣି, ସମ୍ବଲପୁର ମଣ୍ଡଳ ଜୀବନ ବୀମା କର୍ମଚାରୀ ସଂଘ ପକ୍ଷରୁ ଗଜେନ୍ଦ୍ର ଚର୍ଦିଆ ଓ ବିଭୁଦ ପ୍ରସାଦ ନାୟକ,ବି ଏସ ଏନ୍ ଏଲ୍ କର୍ମଚାରୀ ସଂଘ ପକ୍ଷରୁ ଦେବଜିତ ତ୍ରିପାଠୀ,ଏସ ୟୁ ସି ଆଇ ଜିଲ୍ଲା ସଂପାଦକ ଅଜିତ ନାୟକ, ଓଡ଼ିଶା ଭାଷା ବିକାଶ ମଞ୍ଚ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର, ରାଉରକେଲା ବିକାଶ ମଞ୍ଚ ସଭାପତି ସୁମନ ଦତ୍ତ,ରାଇମା କ୍ଳବ ର ରବିନ୍ଦ୍ର ଗଣ୍ଡ, ସମାଜସେବୀ ଡଃ କୃପାସିନ୍ଧୁ ନାୟକ, ଆଦର୍ଶ ପାଠାଗାର ପକ୍ଷରୁ ସଂପାଦକ ସୁକାନ୍ତ ଖୁଣ୍ଟିଆ, ହିନ୍ଦୁସ୍ଥାନ ଫେଡେରେସନ୍ ଅଫ୍ ଇଣ୍ଡିଆ ର ଅମିତ୍ ମହାନ୍ତି, ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୂର ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ, ତାଜମୁନ୍ ନେହାର, ସମ୍ୱିତ ସ୍ବାଇଁ, ସୁନ୍ଦରଗଡ଼ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ୟୁନିୟନ ପକ୍ଷରୁ ପ୍ରଭାତ ପଣ୍ଡା, କୃଷ୍ଣ ବାରିକ୍,ସୁରେଶ ମୁଦାଲି, ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ସାଧାରଣ ସମ୍ପାଦକ ବିମାନ ମାଇତି,ବି ପି ମହାପାତ୍ର,
ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବିନୟ ବେଉରିଆ,ଏସିଆଟିକ ଗ୍ୟାସ ଏମ୍ପୋଇଜ ୟୁନିୟନର ସୁଧାଂଶୁ ଜେନା,ଡି ପି ଦାସ,ଆଇ ଏଫ୍ ଜି ଏଲ୍ ର ଅଶୋକ ଦାସ,ଏସ ଇ ଟି ୟୁ ସାଧାରଣ ସମ୍ପାଦକ ବସନ୍ତ ନାୟକ,ଶ୍ରୀମନ୍ତ ବେହେରା, ରତ୍ନାକର ନାୟକ, ଏନ୍ ଏନ୍ ପାଣିଗ୍ରାହୀ,ଏନ୍ ଏସ ପି ସି ଏଲ ଓରକର୍ସ ୟୁନିୟନ ର ଦିବାକର ମହାରଣା, ବୁବୁନ ମାଇତି, ରାଉରକେଲା ହକର୍ସ ଆସୋସିଏସନ୍ ର ମନୋଜ ପଟ୍ଟନାୟକ, ମିହିର ପାତ୍ର, ଅଶୋକ ଦାସ, ସୁନ୍ଦରଗଡ଼ ମଟର କର୍ମଚାରୀ ସଂଘ ନେତା ଶୁଭେନ୍ଦୁ ମହାନ୍ତି,ଓଡ଼ିଶା ନିର୍ମାଣ ଶ୍ରମିକ ପକ୍ଷରୁ ସାଧାରଣ ସମ୍ପାଦକ ଯଯାତି କେଶରୀ ସାହୁ,ଓଡ଼ିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ସୁରେନ୍ଦ୍ର ଦାଶ, ବୁଧନୀ ମୁଣ୍ଡାରୀ,କ୍ଷେତ ମଜଦୂର ୟୁନିୟନ ନେତା ରଜତ ମୁଣ୍ଡା, ଆଦିବାସୀ ଅଧିକାର ମଞ୍ଚ ର ଶାନ୍ତି ମିଞ୍ଜ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଭାନେତ୍ରୀ ସୁଶୀଳା ମୁଣ୍ଡା, ଜିଲ୍ଲା ସଭାନେତ୍ରୀ ସାଲୋମୀ ମିଞ୍ଜ,ଓଡ଼ିଶା ଆଶା କର୍ମୀ ଆସୋସିଏସନ୍ ରାଜ୍ୟ ଉପସଭାପତି ହୃଦୟାନନ୍ଦ ଯାଦବ,ଏକତ୍ର ରାଉରକେଲା ପକ୍ଷରୁ ଆଲୋକ ବୋଷ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ରାଜ କିଶୋର ପ୍ରଧାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଭୂପେନ ମହାପାତ୍ର, ଡଃ ପ୍ରଭାତ ମଲ୍ଲିକ, ଚାମ୍ବର ସଭାପତି ସୁନିଲ୍ କାୟଲ ପ୍ରମୁଖ ବକ୍ତବ୍ୟ ରଖି ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ କାର୍ଯ୍ୟ ପାଇଁ ଆଜି ସେ ସାରା ଦେଶରେ ସମ୍ମାନିତ ହୋଇଛନ୍ତି ବୋଲି କହିବା ସହ ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ ବୋଲି କହିଥିଲେ। ଲକ୍ଷ୍ମଣ ମୁଣ୍ଡା ପ୍ରଥମେ ୧୯୯୨ ମସିହାରେ ଗୋପନା ପଂଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଳକ ର ଅଧ୍ୟକ୍ଷ,୨୦୦୪ ରେ ପ୍ରଥମ କରି ବଣାଇ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୧୪ ରୁ ୨୦୧୯ ଦ୍ଵିତୀୟ ଥର ଓ ୨୦୧୯ ରୁ ୨୦୨୪ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ।
ଜଣେ ସରପଞ୍ଚ ରୁ ତିନି ତିନି ଥର ବିଧାୟକ ଅନେକ ବାଧାବିଘ୍ନ ସତ୍ତ୍ଵେ ସେ ବଣାଇ ନିର୍ବାଚନ ମଣ୍ଡଳୀ ର ସାଧାରଣ ଲୋକଙ୍କ ସମସ୍ୟାକୁ ତୋଳିଧରିବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ପ୍ରସଙ୍ଗରେ ଲଗାତର ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। କେବଳ ବଣାଇ ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ହେଉଥିବା ଜନ ଆନ୍ଦୋଳନ ଯଥା ତାଳଚେର ବିମଳାଗଡ ରେଳପଥ ନିର୍ମାଣ,ରେଳ ଡିଭିଜନ ଘୋଷଣା, ସୁପର ସ୍ପେସାଲିଟି ହସ୍ପିଟାଲ,ଇ ଏସ ଆଇ ସି ମେଡିକାଲ କଲେଜ ପ୍ରତିଷ୍ଠା ଭଳି ଅନେକ ପ୍ରସଙ୍ଗରେ ସେ ନିଜର ସାମିଲ କରିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ବର୍ଦ୍ଧନା ପ୍ରଦାନ ର ଉତ୍ତରରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଥିଲେ ଯେ ଏହା ତାଙ୍କୁ ଲୋକ ମାନଙ୍କ ପାଇଁ ଅଧିକ କାର୍ଯ୍ୟ କରିବା କୁ ନିଶ୍ଚୟ ପ୍ରେରଣା ଯୋଗାଇବ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”