ବିୟୁରୋ ରିପୋର୍ଟ
ଚିଲିକା :ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଚିଲିକା ଆଞ୍ଚଳିକ ବିଶ୍ଵକର୍ମା ସମିତିର ସଭାପତି ବିଜୟ ମହାରଣା ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ବାଣପୁର ସ୍ଥିତ ମା ମେଘାମ୍ଭାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୩ ତାରିଖ ଦିନ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ମହାରଣା ସମ୍ପ୍ରଦାୟ ଙ୍କୁ ସାମିଲ କରାଯାଇଥିବାରୁ ବାଣପୁର- ବାଲୁଗାଁ- ଚିଲିକା ଆଞ୍ଚଳିକ ବିଶ୍ଵକର୍ମା ସମିତି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା ସଭାରେ ଯୋଗଦେଇ ବଢେଇ ସମାଜର ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ଦେବା ସହ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବେ ଓ ମହାରଣା ସମ୍ପ୍ରଦାୟ ବ୍ୟକ୍ତି ଉକ୍ତ ଯୋଜନାରେ କିଭଳି ଅଧିକ ରୁ ଅଧିକ ବ୍ୟକ୍ତି ଉପକୃତ ହେବେ ସେଥିପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଜିର କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ପଚାଷ ରୁ ଅଧିକ ଗ୍ରାମରୁ ପ୍ରାଏ ହଜାର ରୁ ଉର୍ଦ୍ଧ ବିଶ୍ଵକର୍ମା ସମ୍ପ୍ରଦାୟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସତ୍ୟ ନାରାୟଣ ମହାରଣା, ଲିଙ୍ଗରାଜ ମହାରଣା, ବାବୁଲା ମହାରଣା, ପ୍ରମୋଦ ମହାରଣା, ଶେଷଦେବ ମହାରଣା ପ୍ରମୁଖ ପରିଚାଳନା କରିଥିଲେ। ବିଶ୍ଵକର୍ମା ସମାଜର ବିଭିନ୍ନ ସମସ୍ୟା ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଜଣାଇଥିଲେ l
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l