ରୁପୋର୍ଟ :ରବି ନାରାୟଣ ସାହୁ
ଚଳିତବର୍ଷ ଲଘୁଚାପ ବର୍ଷା ଯୋଗୁଁ ପ୍ରଥମ ବନ୍ୟା ଆସିଛି।ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଜଳ ରାଜୁଆ ନଦୀରେ ପ୍ରଭାବିତ ହୋଇ ବନ୍ୟା ହୋଇଛି।ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ନରଣଗଡ ଓ ଓରବରସିଂହ ଗ୍ରାମପଞ୍ଚାୟତର ୧୨ଖଣ୍ଡ ଗ୍ରାମର ବନ୍ୟା ରେ ପ୍ରଭାବିତ ହୋଇଛି।ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ।ଓରବରସିଂହ ଗ୍ରାମପଞ୍ଚାୟତ ର ହିରିମୂଳ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।ଗାଁ ଭିତରକୁ ଯାଇଥିବା ରାସ୍ତାରେ ୩ଫୁଟ ପାଣି ଚାଲିଛି।
ରାତି ମଧ୍ୟରେ ଆଜି ସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି।ଜଳବନ୍ଦୀ ମଧ୍ୟରେ ଥିବାଲୋକଙ୍କ ପାଖରେ ସ୍ଥାନୀୟ ସରପଞ୍ଚ ଶୁଖିଲା ଖାଦ୍ୟ ଚୁଡା,ବିସ୍କୁଟ,କ୍ୟାଣ୍ଡେଲ,ଦିଆସିଲି ଓ କିରୋସିନି ଯୋଗାଇଥିବା କହିଛନ୍ତି।ଗାଁ ମଧ୍ୟକୁ ଯାତାୟାତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଡଗାଂ ବ୍ୟବସ୍ଥା କରାଯାଇଛି।ବନ୍ୟା ପ୍ରଭାବିତ ହିରିମୂଳ ଗାଁ ରେ ଖୋର୍ଦ୍ଧା ବିଡ଼ିଓ, ଖୋର୍ଦ୍ଧା ଉପ ଜିଲ୍କାପାଳ ଓ ଜିଲ୍ଲାପାଳ ଡଗାଂରେ ଗାଁ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
More Stories
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l