ରୁପୋର୍ଟ :ରବି ନାରାୟଣ ସାହୁ
ଚଳିତବର୍ଷ ଲଘୁଚାପ ବର୍ଷା ଯୋଗୁଁ ପ୍ରଥମ ବନ୍ୟା ଆସିଛି।ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଜଳ ରାଜୁଆ ନଦୀରେ ପ୍ରଭାବିତ ହୋଇ ବନ୍ୟା ହୋଇଛି।ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ନରଣଗଡ ଓ ଓରବରସିଂହ ଗ୍ରାମପଞ୍ଚାୟତର ୧୨ଖଣ୍ଡ ଗ୍ରାମର ବନ୍ୟା ରେ ପ୍ରଭାବିତ ହୋଇଛି।ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ।ଓରବରସିଂହ ଗ୍ରାମପଞ୍ଚାୟତ ର ହିରିମୂଳ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।ଗାଁ ଭିତରକୁ ଯାଇଥିବା ରାସ୍ତାରେ ୩ଫୁଟ ପାଣି ଚାଲିଛି।
ରାତି ମଧ୍ୟରେ ଆଜି ସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି।ଜଳବନ୍ଦୀ ମଧ୍ୟରେ ଥିବାଲୋକଙ୍କ ପାଖରେ ସ୍ଥାନୀୟ ସରପଞ୍ଚ ଶୁଖିଲା ଖାଦ୍ୟ ଚୁଡା,ବିସ୍କୁଟ,କ୍ୟାଣ୍ଡେଲ,ଦିଆସିଲି ଓ କିରୋସିନି ଯୋଗାଇଥିବା କହିଛନ୍ତି।ଗାଁ ମଧ୍ୟକୁ ଯାତାୟାତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଡଗାଂ ବ୍ୟବସ୍ଥା କରାଯାଇଛି।ବନ୍ୟା ପ୍ରଭାବିତ ହିରିମୂଳ ଗାଁ ରେ ଖୋର୍ଦ୍ଧା ବିଡ଼ିଓ, ଖୋର୍ଦ୍ଧା ଉପ ଜିଲ୍କାପାଳ ଓ ଜିଲ୍ଲାପାଳ ଡଗାଂରେ ଗାଁ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।


More Stories
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।