ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ଥିବା ଟୁକୁନା ଜୁୱେଲର ଦୋକାନରେ GST ଟିମ ଚଢ଼ାଉ କରିଛି, ବାଣପୁର ତହସିଲ ରୋଡ଼ ସ୍ଥିତ ଟୁକୁନା ଜୁଏଲର୍ସ ସୁନା ଦୋକାନରେ ଏକ 7 ଜଣିଆ GST ଟିମ ଚଢ଼ାଉ କରିଵା ସହ ସମ୍ପୃକ୍ତ ଦୋକାନୀ ମାଲିକ ସରୋଜ କୁମାର ପାତ୍ର (ଟୁକୁନା ) ଦୀର୍ଘ ଦିନ ଧରି ସୁନା ରୁପା ବେପାର କରିଆସୁଥିବା ବେଳେ GST ଫାଙ୍କୁଥିବା ଅଭିଯୋଗ ହୋଇଥିବାରୁ ଏହା ସହିତ ଟୁକୁନା ବହୁ କମ ଦିନ ମଧ୍ୟରେ ଏକାଧିକ ଜାଗାବାଡି ସାଙ୍ଗକୁ କୋଠାବାଡି କରି ସମ୍ପତି ବିସ୍ତାର କରି ବାଣପୁର ସହର 10 ଉର୍ଦ୍ଧ ବିଲ୍ଡିଙ୍ଗ ଓ ପ୍ଲଟ କିଣି ଟୁକୁନା ଚର୍ଚ୍ଚାରେ ଅଛନ୍ତି ।

ଅଭିଯୋଗ କ୍ରମେ 7 ଜଣିଆ GST ଟିମ ଟୁକୁନା ଜୁୱେଲର ବାଣପୁର ତଳସାହି ସ୍ଥିତ ପୈତୃକ ଘର ଓ ବାଣପୁର ତହସିଲ ରୋଡ଼ ଥାନା ପାଖ ସୁନା ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ଛାନଭିନ ଜାରି ରଖିଅଛି । ବାଣପୁର ବଜାରରେ ଛତୁ ଫୁଟିଲା ଭଳିଆ ସୁନା ଦୋକାନ ଥିବାବେଳେ ଲୋକଙ୍କ ଠାରୁ GST ବାହାନାରେ ଲକ୍ଷ୍ୟ ଲକ୍ଷେ ଟଙ୍କା ଲୁଟିନେଉଥିବା ବେଳେ ଗ୍ରାହକ ମାନେ ବିଶ୍ୱାସର ସହ ଅନ୍ଧଭାବେ ଟଙ୍କା ଗଣି ଦେଉଛନ୍ତି ଗୋଟି ପଟେ ଗ୍ରହକଙ୍କୁ ସୁନା ଦୋକାନି ଠକୁଥିବା ବେଳେ ଅନ୍ୟପଟେ ସରକାରଙ୍କୁ ଉପଯୁକ୍ତ GST ନଦେଇ ବେସ ଲାଭବାନ ହେଉଛନ୍ତି ଦୋକାନି ଏପରି ସ୍ଥଳେ ଆଜି ପୂର୍ବାହ୍ନ 10 ଘଣ୍ଟାରେ ବାଣପୁର ବଜାରରେ GST ଟିମ ଚଢ଼ାଉ ଜାରିରହିଥିବା ଖବର ପ୍ରଚାରିତ ହେବାପରେ GST ଫାଙ୍କୁଥିବା କିଛି ସୁନା ଦୋକାନି ତରବରିଆ ଭାବେ ବନ୍ଦ କରିବାର ଦେଖିବାକୁ ମିଳିଥିଲା l

ଏଠି ପ୍ରଶ୍ନ ସାଧାରଣ ଗ୍ରାହକ ଟି ଜେକୌଣସି ସୁନା ଅଳଙ୍କାର କିଣୁଛି ତାଉପରେ GST ଲଦି କୌଣସି GST ବିଲ ନଦେଇ ଗ୍ରାହକଙ୍କଠୁ GST ବାବଦରେ ଚଢ଼ା ଡରରେ ବିକୁଛନ୍ତି ଦୋକାନି ,ସରକାରଙ୍କର GST ଫାଙ୍କି ମାଲାମାଲ ହେଉଥିବା ବାଲୁଗାଁ ବାଣପୁର ର ଅସାଧୁ ଵେବସାୟ ଙ୍କ ଉପରେ କେବେ GST ବିଭାଗ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା l
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l