( ବ୍ୟୁରୋ ରିପୋର୍ଟ )
ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ (୫୩) ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ସୂଚନା ମୁତାବକ ଶ୍ରୀ ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବା ବେଳେ ଆଜି ଭଡ଼ାଘର ବାଣପୁରରେ କେହି ନଥିବା ବେଳେ ବେକରେ ଲୁଗା ଲଗାଇ ଝୁଲିପଡ଼ିଥିଲେ। ତେବେ ଅପରାହ୍ନରେ ଶ୍ରୀ ନାୟକଙ୍କ ଧର୍ମପତ୍ନୀ ଶାଶୁ ଘରକୁ ଯାଇଥିଲେ ସେଠାରୁ ଫେରି କବାଟ ବାଡେଇଥିବା ବେଳେ କବାଟ କେହି ଖୋଳିନଥିଲେ। ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ପତ୍ନୀ ଦେଖିବାକୁ ପାଇଥିଲେ। ସୂଚନା ଥାଉକି ପାଖା ପାଖି ଦୁଇବର୍ଷ ହେବ ଶ୍ରୀ ନାୟକ ବାଣପୁର ବ୍ଲକ ରେ ନିଯୁକ୍ତି ପାଇଥିଲେ କେଉଁ କାରଣରୁ ଆତ୍ମ ହତ୍ୟା କଲେ ତାହା ଏବେ ସନ୍ଦେୟ ଘେରରେ l ଏ ନେଇ ଶ୍ରୀ ନାୟକଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।