ବାଣପୁର (ଆମ ଓଡ଼ିଶା ଖବର )ସମ୍ପତି ପାଇଁ ନିଜର ମାନବିକତା ହରେଇଦେଲା ସାନ ସଉତୁଣୀ ଓ ତାର ଝିଅ,
ଘରେ କିଛି ପରିବାରର ଲୋକେ ଅନୁପସ୍ଥିତ ଥିବା ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବାସହ ମାଡ ଦେଇ ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାପାଇଁ ଶବକୁ ଡୋରିରେ ବାନ୍ଧି ଝୁଲାଇଦେଇଥିଲେ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଣପୁର ଥାନା ବଡହନ୍ତୁଆଡ଼ ମୁସଲମାନ ସାହିର ମୋହିଦିନ ମିର୍ଜା ଙ୍କ ପ୍ରଥମ ସ୍ତ୍ରୀ ହଉୱା ବିବି (55)ଙ୍କ ଠାରେ ଅଭିଯୋଗରୁ ଜଣାଯାଏ ମୋହିଦିନ କିଛି ବର୍ଷ ତଳେ ମହିରୁନ ବିବି ଙ୍କୁ ଦିତିଅ ବିଭାହ କରିଥିଲେ ବିଭାହର କିଛିବର୍ଷ ତଳେ ମହିରୁନ ସମ୍ପତି ପାଇଁ ତାଣ୍ଡବ ନୁର୍ତ୍ୟ କରିଥିଲେ ସମ୍ପତି ଲୋଭରେ ସଉତୁଣୀ କୁ ଦେଉଥିଲେ ମାନସିକ ସାରରିକ ନିର୍ଯାତନା l ଏହା ଅସହ୍ୟ ହେବାରେ ହଉୱା ବିବି ଭାଇମାନଙ୍କୁ ଜଣାଇଥିଲେ ବି ତାହାର ଅନ୍ତ ଘଟିନଥିଲା l ଆଜି ହଟାତ ହାଉୱା ବିବିଙ୍କର ସାନପୁଅ ଛାତ ଉପର ଘରେ ଦେଖିବାକୁ ପାଇଥିଲା ନିଜ ମାର ଝୁଲନ୍ତା ଅବସ୍ଥାରେ ଥିବା ମୂର୍ତଦେହ, ଏନେଇ ହାଉୱା ବିବିଙ୍କର ଭାଇମାନେ ଖବର ଜାଣିଲାପରେ ଭୁବନେଶ୍ୱର ଯଦୁପୁରରୁ ଆସି ଦେଖିବାକୁ ପାଇଥିଲେ ତାଙ୍କ ଭଉଣୀର ମୃତଦେହ ତଳେପଡ଼ି ରହିଥିବାବେଳେ ତାହାର ଶରୀରର ବିଭିନ ସ୍ଥାନରେ ଖେତ ବିକ୍ଷତ ମାନ ରହିଛି, ଏଭଂ କେତକ କ୍ଷେତ ସ୍ଥାନରେ ଶୁଖିଲା ରକ୍ତ ମାନବି ଲାଗିରହିଛି, ଏପରି ଅବସ୍ଥା ଦେଖିଲା ପରେ ସେମାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାସହ ଏହା ଆତ୍ମହତ୍ୟା ନୁହେଁ ତାକୁମାରୀ ଆତ୍ମହତ୍ୟାର ରୁପଦେଉଥିବା ଭାଇ ଆଇୟୁବ ଖାନ,ସେକ ରଫିଉଁଦିନ, ଅବଦୁଲ ରହୁଫ ଖାନ,ଗଣମାଧ୍ୟମ ଆଗରେ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଥିଲେ , ବାଣପୁର ପୋଲିସ ଅଭିଯୋଗ ପାଇ କେସ ନମ୍ବର 111/24 ରେ ଏକ ମାମଲା ରୁଜୁ କରିଥିବା ସହ ଶବକୁ ଜବତ କରିଛି ଏଭଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ହାଉୱା ବିବିଙ୍କ କିପରି ମୃତୁ ଘଟିଛି ତା ସନ୍ଧେହ ଥିବାବେଳେ ଶବ ଵେବଛେଦ ରିପୋର୍ଟ ଆସିବାପରେ ମୃତୁର ରହସ୍ୟ ଜଣାପଡିବ l


More Stories
୨୦ତମ ଜାମ୍ବୋରେଟ୍ ସ୍ୱତନ୍ତ୍ର ଟ୍ରାଇବାଲ୍ ତୃତୀୟ ଦିନରେ ୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍।
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେଅମରଦୀପଙ୍କୁ ସୂର୍ଣ୍ଣ ପଦକ।
କୁଶମାଟି କ୍ଳଷ୍ଟର ଅଭିନବ ପ୍ରୟାସ ” ମାନସ ମନ୍ଥନ”