ବାଣପୁର :(ଆମ ଓଡ଼ିଶା ଖବର) ନକଲି ବିଦ୍ୟାଳୟରେ ଚାଲିଛି ପାଠ ପଢ଼ା ଶିକ୍ଷା କୁ ଏକ ମହତ ପେସା ରୂପେ ପୂର୍ବେ ପରିଗଣିତ ହେଉଥିବା ବେଳେ ଅଧୁନା କିଛି ମୁଷ୍ଟିମେୟ ଶିକ୍ଷା ଦଲାଲ ମାନେ ନକଲି ବିଦ୍ୟାଳୟ ମାନ ଖୋଲି ଅଭିଭାବକ ମାନଙ୍କ ଆଖିରେ ଧୂଳି ଦେଇ କୁନି କୁନି ପିଲାଙ୍କ ଜୀବନ ସହିତ ଖେଳ ଖେଳିଇବାକୁ ପଛଉନାହାନ୍ତି, ଏହାର ଏକ ଉଦାହରଣ ହେଲା ଖୋର୍ଦ୍ଧାଜିଲ୍ଲା ବାଣପୁର ଅଞ୍ଚଳରେ ଥିବା ଗମ୍ଭାରୀମୁଣ୍ଡା ସେଣ୍ଟ ଜାବିଏର ସ୍କୁଲ, ଏହି ସ୍କୁଲ ଖୋଲିବା ପାଇଁ କୌଣସି ସରକାରୀ ଆଦେଶ ନଥିବାବେଳେ ଶିକ୍ଷା ବିଭାଗ କୁ ଭୁଆଁ ବୁଲେଇ ଓ ସରକାରୀ ନିର୍ଦ୍ଦେଶକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ଘରୋଇ ସ୍କୁଲ ଖୋଲି ଶହ ଶହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବାକୁ ପଛାଉନାହାନ୍ତି l
ଏହି ସ୍କୁଲ ମାଲିକ ଶକ୍ତି ପ୍ରସାଦ ମହାନ୍ତି। ସାମାନ୍ୟ କିଛି ଟଙ୍କା ପାଇଁ ପିଲାମାନଙ୍କ ଜୀବନ ସହ ଖେଳ ଖେଳିବାକୁ ପଛାଉନାହାନ୍ତି,ଶକ୍ତି ମହାନ୍ତି ନିଜ ନାମରେ ଗାଡି ଜାହାର ଇନ୍ସୁରାନ୍ସ ଫିଟନେସ ନଥିବା ଗାଡି କିଣି ପିଲାଙ୍କୁ ବୁହା ବୁହି କରିବା କାର୍ଯ୍ୟରେ ଲଗାଇଦେଇଛନ୍ତି। ଉକ୍ତ ସ୍କୁଲ ର ଏକ ବର୍ଷ ହେଲା ଅବଧି ସରିଛି ଏବଂ ଏକ ସରକାରୀ ବିଦ୍ୟାଳୟ ସମୁଖରେ ଯାହାକି ସେଣ୍ଟ ଜାଭିଆର ସ୍କୁଲ ଅଛି ତାହା ସରକାରୀ ନିୟମ ଅନୁଯାଇ ବେ ଆଇନ ବୋଲି ବ୍ଲକ ଶିକ୍ଷା ଅଧିକାରୀଣି ବିଜୟଲକ୍ଷ୍ମୀ ମତା ମତ ଦେଇଛନ୍ତି I ଏ ନେଇ ମଧ୍ୟ ଏମିତି ବେଆଇନି ଗାଡ଼ିରେ ନିଜ ପିଲାମାନଙ୍କୁ ସ୍କୁଲ ପଠେଇବାକୁ ଅଭିଭାବକମାନେ କିଭଳି ସୁରକ୍ଷିତ ମନେ କରୁଛନ୍ତି ତାହା ଚିନ୍ତାର ବିଷୟ। ଗତକିଛି ଦିନ ତଳେ କିଛି ଖବର କାଗଜ ରେ ଏ ନେଇ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସ୍କୁଲ ମାଲିକଙ୍କ ପ୍ରତିକ୍ରିୟାପରେ ଖବରକାଗଜରେ ଖବର ପ୍ରସାରଣ କରାଯାଇଥିଲା। କିନ୍ତୁ ଆଜକୁ ସାତ ଦିନ ବିତିଯାଇଥିଲେ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତଦନ୍ତ କଣ ରହିଲା ଓ କି ନିର୍ଦେଶ ମିଳିଲା ଯେ ଯାହାଫଳରେ କି ବେଆଇନି ଗାଡି ଗୁଡିକୁ ବନ୍ଦ କରି କଡା କାର୍ଯ୍ୟାନୁଷ୍ଠାନ ବଦଳରେ କୁନି କୁନି ପିଲାଙ୍କ ଜୀବନକୁ ବାଜିରେ ଲଗେଇ ଆଜି ପର୍ଯ୍ୟନ୍ତ ଉକ୍ତ ବେଆଇନ ଗାଡ଼ିରେ ନବା ଆଣିବା କାର୍ଯ୍ୟ ଜାରି ରଖିଛନ୍ତି ସ୍କୁଲ ମାଲିକ ଶକ୍ତି ମହାନ୍ତି। ଏଠି କେଉଁ ଶକ୍ତି କାମ କରୁଛି ଯେ ଶକ୍ତି ମହାନ୍ତିଙ୍କ କାର୍ଯ୍ୟରେ ରୋକ ଲାଗିପାରୁନି। ବେଆଇନି ସ୍କୁଲ ମାଲିକ ଶକ୍ତି ପ୍ରସାଦ ମହାନ୍ତି ଏଭଂ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ମଧ୍ୟରେ କି ସମ୍ପର୍କ ରହିଛି ଯାହାକି ସ୍ଥାନୀୟ ଅଞ୍ଚଳରେ ବିରାଟ ପ୍ରଶ୍ନବାଚି ସୃଷ୍ଟି କରିବା ସାଙ୍ଗେ ସାଙ୍ଗେ ଆଗାମୀ ଦିନରେ ପିଲାମାନଙ୍କ କିଛି କ୍ଷତିହୁଏ ଏତିପାଇଁ ପ୍ରଶାଶାସନ ଅଭିଭାବକ ସ୍କୁଲ କତୃପକ୍ଷ ଦାଇ ରହିବେ l
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ l