ବାଣପୁର (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅମୁଲ୍ୟ ସୁବୁଦ୍ଧିଙ୍କ ଘରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅମୁଲ୍ୟଙ୍କର ଗତ କିଛି ମାସ ରେ ବିବାହ ଅନୁଷ୍ଠିତ ହୋଇଥିବା। ଦୁର୍ବୁତ୍ତ ମାନେ କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ବାଡ଼ି ପଛପଟ ଗ୍ରିଲ ଓ କବାଟ ତାଡି ଘର ଭିତରକୁ ପଶିଥିଲେ। ଅମୁଲ୍ୟ ଶୋଇଥିବା ଘରେ ଦୁର୍ବୁତ୍ତ ମାନେ ବାହାରୁ ତାଲା ପକାଇ ଅନ୍ୟ ଏକ ଘରେ ଏକ କାଠ ଆଲମାରୀରେ ଥିବା ୪୦ଗ୍ରାମର ଦୁଇଟି ରାଣୀହାର, ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଲୁଟ କରି ପଳାଇ ଯାଇଥିଲେ। ଦୁର୍ବୁତ୍ତ ମାନେ ଲୁଟ କରି ସାରିବା ପରେ ବିଲ ଭିତରେ ସୁନା ଜିଣିଷର ଖୋଳ ପଡ଼ିଥିବା ଜଣାପଡିଛି। ପୋଲିସ ଖବର ପାଇବା ପରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ଛାନଭିନ ଜାରି ରଖି ଥିବାବେଳେ ଦୁର୍ବୁତ୍ତ ମାନଙ୍କର ପତ୍ତା ମିଳିନି। ତେବେ ଗ୍ରାମ ମଧ୍ୟରେ ଘରୁ ଲୁଟ ହେବା ପରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ


More Stories
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Prof. Dr. Sanatan Behera caught taking bribe in vigilance net