ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ମା’ ଭଗବତୀ ମନ୍ଦିରର ଜଣେ ସେବାୟତ ବାଣପୁର ଓକିଲ ସଂଘର ସମ୍ପାଦକ ଏବଂ ଅନ୍ୟ ଓକିଲମାନଙ୍କୁ ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣାପଡିଛି l ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଚଳିତ ବୁଧବାର ଅପରାହ୍ନରେ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସହଯୋଗୀ ଓକିଲମାନେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଯାଇଥିଲେ l
ଉକ୍ତ ସମୟରେ ପାଳିଆ ମାଳି ଭାବେ କାର୍ଯ୍ୟରତ ଥିବା ସେବାୟତ ବାପି ଭୋପା ଉପସ୍ଥିତ ଓକିଲମାନଙ୍କୁ ଦକ୍ଷିଣାରୂପେ 501 ଟଙ୍କା ଦାବି କରିଥିଲେ l କିନ୍ତୁ ଓକିଲମାନେ ଏହାକୁ ବେଆଇନ କହିବା ସହ ନିଜ ଇଛା ମୁତାବକ ଦକ୍ଷିଣା ଉକ୍ତ ସେବାୟତଙ୍କୁ ଦେବାରୁ ସେ ତାହାକୁ ବିରୋଧ କରିବା ସହ ଓକିଲମାନଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଦକ୍ଷିଣା ଗ୍ରହଣ କରିନଥିଲେ l ସେବାୟତ ବାରମ୍ବାର 501 ଟଙ୍କା ଦକ୍ଷିଣା ଦେବାପାଇଁ ଜିଦ ଧରିବସିବା ସହ ଓକିଲମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ l ଏହାର ପ୍ରତିବାଦରେ ଓକିଲ ସଂଘ ସମ୍ପାଦକ ଶ୍ରୀ ବେଦମତ୍ତା ବାଣପୁର ଥାନାଧିକାରୀଙ୍କୁ ସଙ୍ଗେସଙ୍ଗେ ଟେଲିଫୋନ ମାଧ୍ୟମରେ ସମସ୍ତ ଘଟଣା ଅବଗତ କରାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତ ସେବାୟତ ବାପି ଭୋପାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି l ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ଏପରି ଘଟଣା ବାରମ୍ବାର ଘଟୁଥିବାବେଳେ ସେବାୟତଙ୍କ ଦୌରାତ୍ମ୍ୟ ଭୟରେ ସ୍ଥାନୀୟ ଭକ୍ତ ଏବଂ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ମାନେ ଥାନାରେ ଅଭିଯୋଗ କରିବାକୁ ପଛାଉଥିଲେ l
କିନ୍ତୁ ବାଣପୁର ଓକିଲ ସଂଘ ସମ୍ପାଦକ ଏବଂ ଅନ୍ୟ ଓକିଲମାନେ ଉକ୍ତ ବେଆଇନ ଦାବିକୁ ବିରୋଧ କରି ସେବାୟତଙ୍କ ବିରୁଦ୍ଧରେ ଏତଲା ଦେଇଥିବାରୁ ବୁଦ୍ଧିଜୀବୀମାନେ ଓକିଲମାନଙ୍କ ଉକ୍ତ ପଦକ୍ଷେପକୁ ଭୂୟାଁସୀ ପ୍ରଶଂସା କରିଛନ୍ତି l ତେବେ ମା’ ଭଗବତୀ ମନ୍ଦିର ଏଣ୍ଡାଉମେଣ୍ଟ ଦ୍ୱାରା ପରିଚାଳିତ ହେଉଥିବାବେଳେ ସେବାୟତଙ୍କ ପ୍ରାପ୍ୟ ଏବଂ ଅନ୍ୟାନ୍ୟ ସୁବିଧା ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବୁଝିଥାନ୍ତି l ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ହୋଇଥିବାବେଳେ ଏପରି ଘଟଣା ଦ୍ୱାରା ମନ୍ଦିର ବଦନାମ ହେଉଛି l ଯଦି ଉକ୍ତ ଘଟଣାର ଭବିଷ୍ୟତରେ ପୁନରାବୃତ୍ତି ଘଟେ ତେବେ ବାଣପୁର ଓକିଲ ସଂଘ ଆନ୍ଦୋଳନକୁ ଓଲ୍ହାଇବ ବୋଲି ସମ୍ପାଦକ ଶ୍ରୀ ରଞ୍ଜନ କୁମାର ବେଦମତ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
More Stories
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ