ଖୋର୍ଦ୍ଧା ଜିଲ୍ଲାର ବାଣପୁର ମାଳି ଗୋବିନ୍ଦପୁର ରେ ଚାରିଦିନ ବ୍ୟାପି ବିଶ୍ୱ ଶାନ୍ତିସହିତ ଅଖଣ୍ଡ ନାମ ଯଜ୍ଞ ଓ ଶମ୍ଭୁ ମିଳନ ପାଳିତ ହୋଇଯାଇଛି l ପ୍ରଥମେ ମାଳି ଗୋବିନ୍ଦ ପୁର ଗ୍ରାମବାସୀ ତରଫରୁ କଳସ ଜଳଯାତ୍ରl ଓ ଅଧିବାସ ହୋଇ ସୂର୍ଯ୍ୟ ପୂଜା, ଗୋପୂଜା ଓ ଅର୍ଣ୍ଣ ପୂଜା ପରି ବିଭିନ୍ନ ପୂଜା ପରେ ହୂମ ଯଜ୍ଞ ଆରମ୍ଭ ହୋଇଥିଲା l ଅନ୍ତିମ ଦିନରେ ପୂର୍ଣ୍ଣାହୁତି ହୋଇଥିଲା l ପରେ ପରେ ଚଉଦ ଶମ୍ଭୁଙ୍କ ମିଳନ କାର୍ଯ୍ୟକ୍ରମ ହୋଇଥିଲା l ଏହି ମିଳନ ଦେଖିବାକୁ ବାଲୁଗାଁ ବାଣପୁର ଅଞ୍ଚଳର ସହ ସହ ଶ୍ରାଦ୍ଧଳୁଙ୍କ ଭିଡ଼ ଜମିବାରେ ଲାଗିଥିଲା l

ସତେ ଯେମିତି ଭକ୍ତ ଓ ଭଗବାନଙ୍କ ମହା ମିଳନ ପରି ଅନୁତପ୍ତ ହୋଇଥିଲା l ହୁଳହୁଳି, ବାଜା ବାଣ, ଓ ପଟୁଆର ରେ କମ୍ପିଉଠିଲା ସେଠାକାର ପରିବେଶ l ସେହି କାର୍ଯ୍ୟକ୍ରମ ରେ କାଳେ କିଛି ବିଘ୍ନତା ବା ବିଶୃଙ୍ଖଳା ନହୁଏ ସୁରକ୍ଷା ଦୃଷ୍ଟି ରୁ ବାଣପୁର ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା l ତେବେ ସମସ୍ତ ଶ୍ରାଦ୍ଧଳୁଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।