ବାଲୁଗାଁ: ତା.19-06-23 ସୋମବାର ଦିନ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଓ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବାଲୁଗାଁ ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି।ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଓ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ବାଲୁଗାଁ ଏଲ.ଆଇ.ସି ଅଫିସ ନିକଟସ୍ଥ ଶିବ ଜ୍ୟୋତି ଧାମ ପରିସରରେ ସୋମବାର ଦିନ ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତୁ ଆମେ ମିଳି ମିଶି ରକ୍ତ ଦେବା ! ଆମ ରକ୍ତରେ କିଛି ଲୋକଙ୍କ ଜୀବନ ବଞ୍ଚେଇ ଦେବା। ଉକ୍ତ ମହତ୍ତ୍ଵ କାର୍ଯ୍ୟରେ ଯୋଗଦେଇ ରକ୍ତଦାନ କରିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କୁ ଟିମ୍ ୪୯୯ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସଭାପତି ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଉକ୍ତ ରକ୍ତଦାନ ସମ୍ପର୍କରେ ଅଧିକା କିଛି ଜାଣିବା ପାଇଁ ହେଲେ ଦିଆ ଯାଇଥିବା ଅନୁଷ୍ଠାନ ନମ୍ବରରେ ଯୋଗାଯୋଗ କରି ପାରିବେ।।
ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ମିଳିତ ଆନୁକୁଲ୍ୟରେ ବାଲୁଗାଁ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ରକ୍ତଦାନ ଶିବିର !!


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ “ଉର୍ଦ୍ଧମ୍ନାୟ ତନ୍ତ୍ର” ପ୍ରଚୀନ ଗ୍ରନ୍ଥର ଲୋକାର୍ପଣ୍।
ମିଶ୍ରିତ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ ପକ୍ଷରୁ ଶିଶୁ ଦିବସ ପାଳିତ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜାତୀୟ ସମାବେଶ ରେ ଖୋର୍ଦ୍ଧାଜିଲ୍ଲା ର ଯୋଗଦାନ