ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷୁବଡିହ ଗ୍ରାମର ପ୍ରକାଶ ଜେନା ନିଜର ମା ଓ ନିଜର ଝିଅ ସହିତ ଏକ ସ୍କୁଟି ଯୋଗେ ଭାପୁର ଗ୍ରାମରୁ ଭେଟେଶ୍ୱର ବାଣପୁର ରାସ୍ତାରେ ଯାଉଥିଲା ବେଳେ ଭାପୁର ଗ୍ରାମର ଭରତ ପ୍ରଧାନ ଏକ ପଲସର ବାଇକ ରେ ପଛପଟୁ ଆସି ସ୍କୁଟିକୁ ଠୋକର ମାରିଲା . ସ୍କୁଟି ଅଟକିବା ସଙ୍ଗେ ସଙ୍ଗେ ରାସ୍ତା କଡରେ ପଡ଼ିଥିବା ଏକ ବାଉଁଶ ମୂଳିରେ ତିନି /ଚାରୋଟି ଶକ୍ତ ପାହାର ମାରିଲା ପ୍ରକାଶ ଚେତା ଶୂନ୍ୟହୋଇ ରାସ୍ତାରେ ପଡିଲା ସେହି ସମୟରେ ପ୍ରକାଶ ର ମା ନିଶାମଣି ସାହାଯ୍ୟ ପାଇଁ ଆକୁଳ ଚିତ୍କାର କରୁଥିବା ସମୟରେ ଭରତ ପ୍ରକାଶ ବେକରୁ ଗୋଟେ ସୁନା ଚେନ. ମୋବାଇଲ ସ୍କୁଟିର ଚାବି ସବୁକୁ ଛଡାଇ ନେଇ ନିଶାମଣି ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଘଟଣସ୍ଥଳରୁ ପଲସର ବାଇକରେ ଛୁ ମାରି ଥିଲା.ମା ନିଶାମଣି ଙ୍କ ଲିଖିତ ଅଭିଯୋଗ କ୍ରମେ ବାଣପୁର କେସ ନମ୍ବର.257/23 ରେ କେଶ ରୁଜୁକରି ଭରତ ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଠ ଫାଳିଆରେ ଯୁବକଙ୍କୁ ଆକ୍ରମଣ!


More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l