ବାଣପୁର:- ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ! ଚିଲିକା ନିର୍ବାଚନ ମଣ୍ଡଳୀ ର ବାଲୁଗାଁ ବାଣପୁର ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଅନୁଭୁତି ହେଉଛି । ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେବାରେ ଲୋକେ ଗରମରେ ସିଝି ଡହଳ ବିକଳ ହୋଇ ପଡୁଛନ୍ତି। ଆଜି ସମଗ୍ର ଚିଲିକା ଅଞ୍ଚଳରେ ମଧ୍ୟାହ୍ନ ସମୟ ବେଳକୁ ତାପମାତ୍ରା ସର୍ବାଧିକ ୩୬ ଡ଼ିଗ୍ରୀ ରେ ପହଞ୍ଚିଥିଲା ।
ବାଣପୁରରେ ମଧ୍ୟ ତାପମାତ୍ରା ୩୬ ଡ଼ିଗ୍ରୀ ଛୁଇଁ ଅସହ୍ୟ ତାତି ସହ ଗୁଳୁଗୁଳି ଅନୁଭୁତ ହୋଇଥିବା ବେଳେ ବାଲୁଗାଁ ଅଞ୍ଚଳରେ ତାପମାତ୍ରା ୩୭ ଡ଼ିଗ୍ରୀରେ ପହଞ୍ଚି ପ୍ରବଳ ତାତି ସହ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରି ପକାଇଛି । ଜନ ସାଧାରଣ ଖରା ଦାଉରେ ଡହଳ ବିକଳ ହୋଇ ଘରୁ ବାହାରକୁ ବାହାରି ନ ପାରିବାରୁ ରାସ୍ତା ଘାଟ ଖାଁ ଖାଁ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଗ୍ରୀଷ୍ପ ପ୍ରବାହରେ ପଲଟଣ ପଡ଼ିଆ ପରିବା ମାର୍କେଟ ଓ ରାସ୍ତା ଘାଟ ମଧ୍ୟ ଜନଶୂନ୍ୟ ହୋଇ ଖାଁ ଖାଁ ହୋଇ ପଡ଼ିଥିବାର ଦେଖିବାକୁ ମିଳିଛି । କ୍ରମାଗତ କିଛିଦିନ ହେଲା ଅହସ୍ୟ ତାତି ଏବଂ ଗୁଳୁଗୁଳି ସହ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇ ପଡ଼ିଛି ।
More Stories
ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ l
କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ l