କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକେହରା ଠାରେ ରବିବାର ମୁଲ ନିବାସୀ ସଚେତନ ମଞ୍ଚ, କଳାହାଣ୍ଡି ପକ୍ଷରୁ ଓବିସି, ଏସଟି ଓ ଏସସି ମୂଳ ନିବାସୀ ମିଳିତ ମହାସଂଘର ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଡମ୍ବରୁଧର ଲହଜଲ, ଦିଗାମ୍ବର ଦୁରିଆ, ଡାକେଶ୍ବର ଲହଜଲ, ଜବାହରଲାଲ ବାଗ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ପ୍ରଧାନୀ ବାଗ, ଭୁବନେଶ୍ୱର ଦୁର୍ଗା, ତେଜରାଜ ଦୁରିଆ, କାର୍ତ୍ତିକ ନାଏକ ପ୍ରମୁଖ ଯୋଗଦେଇ ସମ୍ବିଧାନ ମୁଖବନ୍ଧରେ ଦେଶର ପ୍ରତିଟି ନାଗରିକ କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଉଲ୍ଲେଖ ରହିଛି। ହେଲେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶର ୯୫ % ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ସମାଜକୁ ନ୍ୟାୟ ମିଳୁନି।

ସଂଖ୍ୟାଧିକ ଲୋକ ଆଜିବି ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଦାଦନ ଯାଇ ଗାଁ କୁ ଶବ ହୋଇ ଫେରୁଛନ୍ତି, ଶିକ୍ଷା ଚାକିରୀ ଓ ରାଜନୈତିକ କ୍ଷେତ୍ରରେ ଓବିସି ଙ୍କୁ ସଂଖ୍ୟା ମୁତାବକ ସଂରକ୍ଷଣ ପ୍ରଦାନ କରିବା କଥା, ହେଲେ ଏସବୁ ଠାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ନିଜର ହକ୍ ଓ ଅଧିକାର କୁ ଛଡେଇ ଆଣିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ସଚେତନ ସଭାରେ ଋଷି ମାଝୀ, ବନସିଂ ଧଙ୍ଗଡାମାଝୀ, କୃଷ୍ଣଚନ୍ଦ୍ର ନାଏକ, କେଶବ ବେଣୁପାଣି, ଚୌଧୁରୀ ନାଏକ, ପରିକ୍ଷିତ ବେଶ୍ରା, ନିରନ ଦିଶାରୀ ବିଡୁ ନାଏକ ପ୍ରମୁଖ ସମେତ କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ ଓବିସି, ଏସଟି ଓ ଏସସି ବର୍ଗର ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଗଜିନ୍ଦ୍ର ନାଗ ପରିଚାଳନା କରିଥିବା ବେଳେ କ୍ଷୀରସିନ୍ଧୁ ବୋଡ଼କିଆ ଧନ୍ୟବାଦ ଅର୍ପଣ କରିଥିଲେ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ