
ଆଜି ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହେବାର ଜଣାପଡିଛି। ମିଳିଥିବା ଖବର ଆଜି ଅପରାହ୍ନ ୩ ଘଟିକା ସମୟରେ ବାଣପୁର ଅଞ୍ଚଳରେ ଭୀଷଣ ବଜ୍ରପାତ ଘଟିଥିଲା। ଏହି ସମୟରେ ଭବାନୀପୁର ନୂଆ ସାହିର ଗୌତମ ପଲାଇଙ୍କ ସ୍ତ୍ରୀ ମୀରା ପଲାଇ ବୟସ 35 ନିଜ ବାଡ଼ି ପଛପଟେ ଠିଆହୋଇଥିବା ସମୟରେ ହଠାତ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ସେଠାରେ ସେ ଗୁରୁତର ହୋଇପଡ଼ିଥିବାରୁ ପରିବାର ଲୋକ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସନ୍ଧ୍ୟା 6 ଘଟିକା ସମୟରେ ମୀରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର (ଏମ କେ ସି ଜି)ମେଡିକାଲକୁ ସ୍ଥାନାନ୍ତର କରାଯାଇଛି !!


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫