
ଆଜି ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହେବାର ଜଣାପଡିଛି। ମିଳିଥିବା ଖବର ଆଜି ଅପରାହ୍ନ ୩ ଘଟିକା ସମୟରେ ବାଣପୁର ଅଞ୍ଚଳରେ ଭୀଷଣ ବଜ୍ରପାତ ଘଟିଥିଲା। ଏହି ସମୟରେ ଭବାନୀପୁର ନୂଆ ସାହିର ଗୌତମ ପଲାଇଙ୍କ ସ୍ତ୍ରୀ ମୀରା ପଲାଇ ବୟସ 35 ନିଜ ବାଡ଼ି ପଛପଟେ ଠିଆହୋଇଥିବା ସମୟରେ ହଠାତ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ସେଠାରେ ସେ ଗୁରୁତର ହୋଇପଡ଼ିଥିବାରୁ ପରିବାର ଲୋକ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସନ୍ଧ୍ୟା 6 ଘଟିକା ସମୟରେ ମୀରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର (ଏମ କେ ସି ଜି)ମେଡିକାଲକୁ ସ୍ଥାନାନ୍ତର କରାଯାଇଛି !!


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ହୋଲି ରେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ।