ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା କରମଣ୍ଡଳ ଟ୍ରେନ ଦୃଘଟଣା ପ୍ରାଣ ହରାଇଲେ ସହ ସହ ନିରୀହ ଜୀବନ। ଚର୍ଚ୍ଚିତ ସେଦିନର କଳା ରାତିକୁ ଯାହା ବିଶ୍ୱକୁ ଦୋହଲେଇ ଦେଇଚି ଓ ନିଶବ୍ଧ କରିଦେଇଥିଲା ସାରା ଭାରତକୁ ନିମିଷକ ମାତ୍ରେ ଉଜୁଡି ଗଲା ଶହଶହ ପରିବାର l କିଏ ବାପା କୁ ହରେଇ ଥିଲା ଆଉ କିଏ ମାଆ କୁ କିଏ ଭାଇ କୁ ତ ଆଉ କିଏ ଭଉଣୀ କୁ ହରେଇ ଥିଲା।

ଏହି ଟ୍ରେନ ଦୁର୍ଘଟଣା ଓଡ଼ିଶା ବାସୀଙ୍କ ଆଖିରେ ଆଣି ଦେଇଛି ଲୁହ। ସେଦିନର ସେଇ ଛାତି ଥରା ଘଟଣା କୁ ମନେ ପକାଇ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ବାଣପୁର ପଲଟଣ ପଡିଆରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ସମସ୍ତ ଯାତ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପାର୍ଥନା କରିବା ସହ ଏହି ଶୋଭା ଯାତ୍ରାରେ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ, ସମ୍ପାଦକ ନାରାୟଣ ସାହୁ, ସହ ସମ୍ପାଦକ ବଇକୁଣ୍ଠ ନାଥ ପ୍ରଧାନ ଙ୍କ ସମେତ ସଙ୍ଗଠନର କିଛି ସଦସ୍ୟ ସାମିଲ ହୋଇଥିଲେ!!


More Stories
ହାଇଦ୍ରାବାଦ ମହିଳା ଆଇପିଏସ ବଦୁଗୁଲା ସୁମାଥି, ସାରା ଦେଶର ପୋଲିସଙ୍କ ପାଇଁ ଦେଲେ ମହାମନ୍ତ୍ର।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି l
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l