ରିପୋର୍ଟ -ସ୍ନେହାଂଶୁ ଶେଖର ମହାନ୍ତି
ବରୀ : (ଆମ ଓଡ଼ିଶା ଖବର )ବରୀ ରାମଚନ୍ଦ୍ରପୁର ଥାନା ଅର୍ନ୍ତଗତ ରତଳlଙ୍ଗ ପଞ୍ଚାୟତ ର ଖଜୁରୀ ପୋଖରୀ ଗ୍ରାମରେ ପୂର୍ବ ଶତ୍ରୁତା କୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ବୋମାମାଡ ସହିତ ଟେକା ପଥର ଫିଙ୍ଗା ଫିଙ୍ଗି ହୋଇଥିବାର ସୂଚନା ମିଳିଛି। ବୋମା ମାଡରେ ଦୁଇ ଗୋଷ୍ଟିର ଏକାଧିକ ବ୍ୟକ୍ତି ଆହତ ହୋଇ ବରୀ ରାମଚନ୍ଦ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ହୋଇଛନ୍ତି । ଖବର ପାଇଁ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଗୋଟିଏ ଅଫୁଟା ବୋମା ଜବତ କରିଛି ବୋଲି ଜଣାପଡିଛି। ସମ୍ପୃକ୍ତ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ତିକ୍ତତା ଲାଗି ରହିଥିଲା।

ବିଗତ ଦିନରେ ଉଭୟ ପକ୍ଷରୁ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ମଧ୍ଯ ହୋଇଥିଲା।ସେହି ଘଟଣାକୁ ବରୀ ପୋଲିସ ଗୁରୁତ୍ଵ ଦେଇ ନଥିବା ଅଭିଯୋଗ କାରୀ ମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ଗତକାଲି ଅପରାହ୍ନରେ ଗାଁ ପିଲା ଙ୍କ ମଧ୍ୟ ରେ କୌଣସି କାରଣ ରୁ ଝଗଡ଼ା ହୋଇଥିଲା । ଘଟଣା ଏ ପରି ହେଲା ରେ ସେହି ଘଟଣା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ସହ ଘଟଣା ସ୍ଥଳରେ ବୋମା ମାଡ଼ ହୋଇଥିବା କଠା ସ୍ଥାନୀୟ ଲୋକ ମନେ କହିଛନ୍ତି।


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l