ବ୍ୟୁିରୋ ରିପୋର୍ଟ
ପୁରୀ ଟାଉନ୍ ପୋଲିସି ପକ୍ଷରୁ ରବିବାର ଅପରାହ୍ଣରେ ସହର ସାରା ଚଢାଉ ଜାରି ରଖିଥିବାବେଳେ ବାରବାଟୀ ଲୋକନାଥ ରୋଡ ରୁ ଅନେକ ପରିମାଣର କୋରେକ୍ସ ବୋତଲ ଜବତ କରିଥିବା ପୋଲିସି ପକ୍ଷରୁ ସୂଚନା ମିଳିଛି।
ସୂଚନା ଥାଉକି ପୋଲିସି ସ୍ପେଶାଲ ଡ୍ରାଇଭ୍ ବିଭିନ୍ନ ସୂତ୍ରରୁ ଖବର ପାଇ ଅତର୍କିତ ଚଢାଉ କରି ୧୦୦ମିଲି ୪୬ ଗୋଟି କୋରେକ୍ସ ବୋତଲ ଏବଂ ନଗଦ ୩୦୦ ଟଙ୍କା ସହ ମାଟିତୋଟା ପ୍ରଧାନ ସାହି ର ଭଗବାନ ଜେନା ଙ୍କ ପୁଅ ରାଜେନ୍ଦ୍ର ଜେନା ଙ୍କୁ ପୋଲିସି ଧରିବାରେ ସଫଳ ହୋଇଛି। ଥାନା ଅଧିକାରୀଙ୍କ କହିବା ମୁତାବକ ରାଜା ଓରଫ ରାଜେନ୍ଦ୍ର ଜେନା ଅନେକ ଦିନ ହେବ ଅସ୍ଥାୟୀ ଭାବେ ବୁଲି ବୁଲି ଡ୍ରଗ୍ସ ଏବଂ କୋରେକ୍ସ ବିକ୍ରି କରିଆସୁଥିଲେ । ବିକ୍ରି ହେଉଥିବ ସ୍ଥାନରେ ପୋଲିସି ପହଞ୍ଚିବା କ୍ଷଣି ପୋଲିସିକୁ ଦେଖି ଡିଆଁ ମାରୁଥିବା ସମୟରେ ରାଜେନ୍ଦ୍ରକୁ କାବୁ କରିଥିଲା ପୋଲିସ । କେସ୍ ନଂ ୨୯୪ ଏବଂ ଆଇପିସି ଅଣ୍ଡର ସେକ୍ସନ ୨୭୪/୨୭୫/୨୭୬ ରେ ମାମଲା ରୁଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ସୂଚନା ଦେଇଛନ୍ତି
ପୁରୀ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.