ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :08/08.ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ହରେକୃଷ୍ଣ ପୁର ଠାରେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ, ପଂଚାୟତରାଜ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ କର କମଳ ରେ ହରେକୃଷ୍ଣ ପୁର ଠାରେ ଚାଲୁ ରହିଥିବା ସୋମବାର ସାପ୍ତାହିକ ହାଟ ର ଶୁଭ ଉଦ୍ଘାଟନ ସମେତ ମୁଖ୍ୟମନ୍ତ୍ରୀ ଙ୍କ ଅନୁଦାନ ପାଣ୍ଠିରୁ ଶୈବପୀଠ ରେ 10ଲକ୍ଷ ବ୍ୟୟ ଅଟକଳରେ ହେବାକୁଥିବା ଭୋଗ ମଣ୍ଡପ ର ଶିଳାନ୍ୟାସ କରିଥିଲେ!

ଉକ୍ତ କାର୍ଯ୍ୟକ୍ରମ ରେ 7ନଂ ଜୋନ ଜିଲ୍ଲାପରିଷଦ ବିଶ୍ୱଜିତ ମିଶ୍ର, ସରପଞ୍ଚ କଲ୍ୟାଣୀ, ଗ୍ରାମ୍ୟ ସଭାପତି ଉମାକାନ୍ତ ପ୍ରଧାନ, ୱାର୍ଡ ସଭ୍ୟା ନମିତା ବେହେରା,ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ!ପରେ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ଅଧକ୍ଷତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା!ଉକ୍ତ ସଭାରେ ମନ୍ତ୍ରୀ ଶ୍ରୀ ଅମାତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଖୁବ ଶୀଘ୍ର ଗ୍ରାମବାସୀଙ୍କ ସମସ୍ୟାକୁ ସମାଧାନ କରାଯିବ ବୋଲି ମତ ରଖିଥିଲେ!ସଭାରେ ପୂର୍ବତନ ସରପଞ୍ଚ ନିରାକାର ଭୋଇ ମଞ୍ଚପରିଚାଳନା କରିଥିବା ବେଳେ ଅର୍ଜୁନ ବାରିକ, ତନୁଜ ସେଠି, ଘନ ବାରିକ, ଅଜୟ ମିଶ୍ର ଓ ପ୍ରମୋଦ ଦେହୁରୀ ସହଯୋଗ କରିଥିଲେ!


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l