ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ବାଉସୁଣୀ ମଣ୍ଡଳ ସ୍ତରରେ ତିନି ଗୋଟି ଗ୍ରାମ , ମହିସର୍ ପିଣ୍ଡା, ଅମର୍ଡା,ଓ ଚଉଁରିଆ ପଦର୍ ଗ୍ରାମ ମାନଙ୍କରେ,” ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଘରକୁ ଘର ବୁଲି ମାଟି ସଂଗ୍ରହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମ ମାନଙ୍କରେ ସୁବ୍ୟବସ୍ଥିତ ଭାବରେ ସମସ୍ତ ଜନସାଧାରଣ ଏକ ବିଶେଷ ପଟୁଆରରେ ଘରକୁ ଘର ବୁଲି ଗ୍ରାମ ମାନଙ୍କରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଂଶଧର ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରିବା ସହିତ ସହିଦ ସ୍ଵାଧୀନତା ସଂଗ୍ରାମୀ ସର୍ବସ୍ରୀ ବଂଶୀଧର ଦାଶ, ପୂର୍ଣ୍ଣ ଚନ୍ଦ୍ର ପଶାୟତ, ସାନୁ ସିଂହ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରି ତାଙ୍କ ର ଦେଶ ଭକ୍ତି କୁ ସମସ୍ତେ ମନେପକାଇ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ ।
ଆଜିର ଏହି ତିନୋଟି ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟ କ୍ରମରେ ମଣ୍ଡଳ ସଭାପତି ଶ୍ରୀ ପଞ୍ଚମାନ ଜଗଦଳ। ଙ୍କ ନେତୃତ୍ବରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ କଣ୍ଟାମାଳ ବିଧାନସଭା ର ୨୦୧୯ ପ୍ର।ଥି ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କନାହିଁ ଚରଣ ଡ।ଙ୍ଗ ଉପସ୍ଥିତି ରେ ସମସ୍ତ କାର୍ଯୟକ୍ରମକୁ ସମ୍ପନ୍ନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କ ସହିତ ବିଜେପି କର୍ମକର୍ତ୍ତା ସର୍ବ ଶ୍ରୀ ସୁଶାନ୍ତ କୁମାର ବାଘ , ସରୋଜ କର୍ଣ୍ଣ, ଦଳ ଗଞ୍ଜନ ବେହେରା, ନିରଞ୍ଜନ କର୍ଣ୍ଣ,ପଙ୍କଜ ମହାକୁଡ,ତୋଷିତ କୁମାର ଡ଼।ଙ୍ଗ ,ପଞ୍ଚାନନ ବେହେରା,ପ୍ରମୋଦ ସାହୁ,ଗୁଲେଖ ଭୁକ୍ତା,ଗୌର ଚନ୍ଦ୍ରଭୋଇ ,ଶ୍ରୀମତୀ ଅରୁଣା କର୍ଣ୍ଣ, ସୁରୁବୁଢ଼ି ଭୁକ୍ତା,ବିଷ୍ଣୁ ପ୍ରିୟା ବଦମ।ଲି,ସସ୍ମିତା ବେହେରା,ଲକ୍ଷ୍ମୀ ବେହେରା, ବେବିନା ସାହୁ, ଆଶା ଲତା ଥାନପତି ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
ବିଜେପି ବୌଦ୍ଧ ଜିଲ୍ଲା ତରଫରୁ କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ବାଉସୁନି ମଣ୍ଡଳ ସ୍ତରରେ , ମୋ ମାଟି ମୋ ଦେଶ,କାର୍ଯ୍ୟକ୍ରମ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।