ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତବର୍ଷ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ର ପ୍ରଦୀପ ପ୍ରଜୋଳନ କରି ଶୁଭ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବେ ଏ ଡି ଓ ଘନଶ୍ୟାମ ମେହେର, ତିଳେଶ୍ୱର ସରପଞ୍ଚ ଝୁନୁ ବେହେରା,ବିଇଓ ହରଭଙ୍ଗା ଅଜୟ ଲୁହା,ସମାଜ ସେବି ସୁବାସ ପ୍ରଧାନ,ସଂଗଠନିକ ସମ୍ପାଦକ କୃଷଚନ୍ଦ୍ର ମଲ୍ଲିକ,ଜିଲ୍ଲା ସମ୍ପାଦକ ଆନନ୍ଦ ବେହେରା ପ୍ରମୁଖ ମଞ୍ଚସୀନ ଥିଲେ l ଉକ୍ତ ପ୍ରତିଯୋଗିତା ଜିଲ୍ଲାର ହରଭଙ୍ଗାବ୍ଳକ, ବୌଦ୍ଧ ଓ କଣ୍ଟାମାଲ ବ୍ଳକ ପ୍ରତ୍ୟକ ହାଇସ୍କୁଲ ରୁ ମୋଟ 300ଜଣ ପ୍ରତିଯୋଗିତା ଖେଳ ରେ ଭାଗ ନେଇଥିଲେ l ଖେଳ ରେ ଦୌଡ଼, ହାଇଜମ୍ପ, ଲମ୍ବ ଡିଆଁ, ଜାଭଲିଙ୍ଗ ଥ୍ରୋ, ଲୁହା ଗୋଲା ଫିଙ୍ଗା,ଫୁଟବଲ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଖେଳକୁ ମୁଖ୍ୟ ପରିଚାଳନା କରିଥିଲେ ଉମା ଶଙ୍କର ରାଉତ ଙ୍କ ସମେତ 50ଜଣ ଖେଳ ଶିକ୍ଷକ ସହଯୋଗ କରିଥିଲେ l ଉକ୍ତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଟି ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ବୁଧବାର ଦିନ କ୍ରୀଡା ଉଦଯାପିତ ହେବା ନେଇ ସୂଚନା ଦିଆଯାଇଛି l
ପୁରୁଣାକଟକ ରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ
ଜିଲ୍ଲା 300ସହ ପ୍ରତିଯୋଗିତାନେଲେ ଭାଗ l

More Stories
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.
ପୂବା ଶାସନ ବିକାଶ ପରିଷଦ ପକ୍ଷରୁ ମୋ ଗାଁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ l
ମାଆ ପାଦୁକେଇ ପୀଠରେ ବାଦି ପାଲା ଅନୁଷ୍ଠିତ l