ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଆଜି ୧୧.୨୭ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଏକ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୪ ତମ ଜୟନ୍ତୀ ।ଓ ତତ୍ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଏକ ସାଙ୍ଗରେ ପାଳିତ ହୋଇଯାଇଛି।ଗାନ୍ଧୀ ଜୟନ୍ତୀ ର ତାତ୍ପର୍ଯ୍ୟ କେବଳ ତାଙ୍କ ଜନ୍ମ ଦିନ ପାଳନ ରେ ନିହିତ୍ ନାହିଁ, ବରଂ ଏହା ସାମାଜିକ ନ୍ୟାୟ ଓ ଶାନ୍ତି ଉପରେ ତାଙ୍କର ଅବିଚଳିତ ପ୍ରତିବଦ୍ଧତା କୁ ସ୍ଵୀକୃତି ପ୍ରଦାନ କରିଥାଏ। ଜାତିସଂଘ ର ସାଧାରଣ ସଭାର ଅନୁମୋଦନ କ୍ରମେ ୨୦୦୭ ମସିହା ଠାରୁ ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ କୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଅଛି । ସେହି ପରି ଶାସ୍ତ୍ରୀ ଜୟନ୍ତୀ କୁ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ନିର୍ମଳ ଭ।ବ ମୂର୍ତ୍ତି କୁ ଜାତୀୟ ସଂଗ୍ରାମ ର ନେତା ମାନେ ସ୍ଵୀକୃତି ପ୍ରଦାନ କରିଥିଲେ ।ତାଙ୍କ ର ସ୍ଲୋଗାନ ପାକିସ୍ତାନ ସହ ଯୁଦ୍ଧ ସମୟରେ ” ଜୟ ଯବାନ ଜୟ କିଶ।ନ” ଆଜି ପର୍ଯ୍ୟନ୍ତ ପ୍ରଚଳିତ ହେଉଅଛି ।ଆଜିର ଏହି ପବିତ୍ର ଦିନରେ ସମସ୍ତ କାର୍ଯୟକ୍ରମକୁ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିଲା ଓ ଏହି ସବୁ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ର ବରିଷ୍ଟ ନେତୃବୃନ୍ଦ ପ୍ରମୁଖ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , ମନ ରଞ୍ଜନ ଦାସ, ରାଜ କୁମାର ମେହେର, ନିରଞ୍ଜନ ଦାନୀ ,ଶ୍ରୀମତୀ ନମିତା ରାଣୀ ଦାସ ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।
ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପାଳିତ ।


More Stories
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।
ଲାଞ୍ଚ ନେଇ ହଳଦିଆ ସ୍ୱାସ୍ଥ୍ୟ କର୍ମୀ ୧୦୦୦ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ।
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ