ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମର ଦେବାଶିଷ ଜେନା ସର୍ବ ଭାରତୀୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ବନ ସେବା (IFS) ରେ ୭୦ ତମ ରେଙ୍କ ରଖି ବୌଦ୍ଧ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି l ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଦେବାଶିଷ ଓ ତାଙ୍କ ପିତା ଲିଙ୍ଗରାଜ ଜେନା ଏବଂ ମାତା ଶ୍ରୀମତି ଅନୁପମା ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି | ଦେବାଶିଷ ଜେନା ଜଣେ ମେଧାବୀ ଛାତ୍ର ଥିଲେ l ତାଙ୍କ ପ୍ରାଥମିକ ଶିକ୍ଷା ବୌଦ୍ଧ ସ୍ଥିତ ଗୌରୀ ଶଙ୍କର ପବ୍ଲିକ୍ ସ୍କୁଲରେ ଆରମ୍ଭ କରିଥିଲେ ଓ ପରେ ନବୋଦୟ ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ଅଧୟନ କରିଥିଲେ | ଶେଷରେ ଭୁବନେଶ୍ବର ନାଇଜର୍ ଠାରେ ମେଡିସିନ କେମିକାଲ୍ ବିଭାଗରେ ଅଧ୍ୟୟନ କରୁଥିବାରୁ ବେଳେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ l ତାଙ୍କର ଏ ସଫଳତାରେ ବନ୍ଧୁବର୍ଗ, ସହପାଠୀ ଓ ପରିଚିତ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି lରିପୋର୍ଟ,
ଦେବାଶିଷ ଜେନା IFS ରେ ୭୦ତମ ସ୍ଥାନ ରଖିଥିବାରୁ ମହାମହିମ ରାଜ୍ୟପାଳ ଙ୍କ ଦ୍ୱରା ସମ୍ନାନୀତ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.