ବୌଦ୍ଧ ୭-୧୦-୨୩:-(ଚିତ୍ତ ରଞ୍ଜନ ସିଂ)
କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନୂତନ ପର୍ଯ୍ୟବେକ୍ଷକ ଓ ସଂଯୋଜକ ନିଯୁକ୍ତ କରିଛି। ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ସୁବୋଧ କୁମାର ପ୍ରଧାନ ଏବଂ ସଂଯୋଜକ ଭାବେ ଦକ୍ଷ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ସୁଧୀର କୁମାର ମହାକୁଡ ଙ୍କୁ ନିଯୁକ୍ତି ଦିଆ ଯାଇଛି।ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରେ ବିଜେଡି ସଂଗଠନ କୁ ଅଧିକ ସଶକ୍ତ କରିବାକୁ ସଂଗଠନ ରେ ମାହିର ଥିବା ସୁବୋଧ ଓ ସୁଧୀର ଙ୍କ ପ୍ରତି ବିଜେଡି ଆସ୍ଥା ପ୍ରକଟ କରିଛି ।ଉକ୍ତ ଦୁଇ ନେତା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସହ ଭଲ ଭାବେ ଜଡ଼ିତ ଓ ତାଙ୍କ ଅନେକ ପ୍ରଶଂସକ ରହିଥିବାବେଳେ ଜନ ସମ୍ପର୍କ ଭଲ ରହିଥିବା ହେତୁ ସେ ଦ୍ବୟ ସଂଗଠନ କାର୍ଯ୍ୟ ଭଲ ଭାବେ ସଂପାଦନ କରି ପାରିବେ ବୋଲି ବିଜେଡି ମହଲ ରେ ମତ ପ୍ରକାଶ ପାଇଛି।ନବ ନିଯୁକ୍ତ ଉଭୟ ନେତାଙ୍କୁ ସ୍ଥାନୀୟ ବିଜେଡ଼ି ର ଅନେକ ନେତା ଶୁଭେଚ୍ଛା ଜଣାଇଛନ୍ତି।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେଡି ର ନୂତନ ପର୍ଯ୍ୟବେକ୍ଷକ ଓ ସଂଯୋଜକ ନିଯୁକ୍ତ l


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।