ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :08/10.ବୌଦ୍ଧ ଜିଲ୍ଲା ବନବିଭାଗ ପକ୍ଷରୁ ଆଜି ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ବିରନରସିଂପୁର ସ୍ଥାୟୀ ନର୍ସରୀ ଠାରେ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ଅକ୍ଟୋବର 2 ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇ ଅକ୍ଟୋବର 8 ରେ ଉଦଯାପିତ ହୋଇଥିଲା!ଏହି ଉଦଯାପନି ଦିବସ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ନୃସିଂହ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ-ରବିନାରାୟଣ ତ୍ରିପାଠୀ,ଅତିରିକ୍ତ ଆରକ୍ଷୀ ଅଧିକାରୀ -ଏମ. ମିଞ୍ଜ,ଜିଲ୍ଲା ବନ୍ୟପ୍ରାଣୀ ଅଧିକାରୀ ଦେବ ପ୍ରିୟ କମ୍ପୋ,ଜିଲ୍ଲା କେନ୍ଦୁପତ୍ର ଅଧିକାରୀ -ସୁଦର୍ଶନ ବାଦୀ,ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟାପକ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ରହି ବନ୍ୟଜନ୍ତୁ ସୁରକ୍ଷା ଓ ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବl ସହିତ ପରିବେଶ ଓ ଯିବ ଜଗତ ସୁରକ୍ଷା କୁ ନେଇ ବନ ବିଭାଗ ଓ ସାଧାରଣ ଜନତା ସହାଭାଗିତା ନିତ୍ୟାନ୍ତ ଆବଶ୍ୟକ ବୋଲି ବାର୍ତ୍ତା ଦେଇଥିଲେ!ବନ୍ୟଜନ୍ତୁ ଙ୍କୁ ନେଇ ଥିବା ବିଭିନ୍ନ ଅନ୍ଧ ବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରାଯିବା ସହ ବନ୍ୟ ଜନ୍ତୁ ଙ୍କ ପ୍ରାକୃତିକ ଆବାସ ଅଂଚଳ ସୁରକ୍ଷା ଦିଗରେ ସଚେତନତା ବାର୍ତ୍ତା ଦିଆଯାଇଥିଲା! ପରିଶେଷରେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କ ସମେତ ବନ୍ୟ ପ୍ରାଣିଙ୍କ ସୁରକ୍ଷା ଦିଗରେ ଉତ୍ତମ କାର୍ଯ୍ୟ କରିଥିବା ବନ କର୍ମଚାରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ନେଇ ମଣିଷର ପ୍ରାଥମିକ କର୍ତଵ୍ୟ କୁ ନେଇ ବିଭିନ୍ନ ଗୀତନୃତ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ l ଏହି ବନ୍ୟ ପ୍ରାଣୀ ସରକ୍ଷଣ ସପ୍ତାହ କାର୍ଯ୍ୟକ୍ରମ ରେ ଏସିଫ ଆଶିଷ କଁହର, ଏସିଫ ମିନାକ୍ଷୀ କୁମୁରା,ପୁରୁଣା କଟକ ରେଞ୍ଜେର ଜୟନ୍ତ ଦାସ, ବୌଦ୍ଧ ରେଞ୍ଜେର ତଥା ଏସିଏଫ ଇନଚାର୍ଚ୍ଚ ଅର୍ଚନା ଗମାଙ୍ଗ,ଫୋରେଷ୍ଟର ସନ୍ତୋଷ ବାରିକ, ପ୍ରକାଶ ପ୍ରଧାନ, ସ୍ୱାଧୀନ ସାମଲ,ଚନ୍ଦ୍ର ଶେଖର ଦାସ ଙ୍କ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.