ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟର ଦୁଇ ଉପ ନିର୍ଦ୍ଦେଶକ ଶୁକ୍ରବାର ସଂନ୍ଧ୍ୟା ସମୟରେ ବୌଦ୍ଧ ଜିଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି ଓ ଉପ ନିର୍ଦ୍ଦେଶକ ତଥା ଗଣ ଯୋଗାଯୋଗ ଅଧିକାରି ଦିଲିପ କୁମାର ଚୌଧୁରୀ ବୌଦ୍ଧ ଗସ୍ତ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲା ସଂଗ୍ରହାଳୟ ପରିଦର୍ଶନ କରି ସଂଗ୍ରହାଳୟରେ ସଂଗୃହିତ ବିଭିନ୍ନ ପୁରାତନ କଳା, ସଂସ୍କୃତି, ପୁରାତନ ସାମଗ୍ରୀ , ବୌଦ୍ଧ ବୟନ ଶିଳ୍ପ ସହ ସାଜସଜ୍ୟା ନେଇ ଖୁସିବ୍ୟକ୍ତ କରିଥିଲେ । ତାଙ୍କର ଏହି ପରିଦର୍ଶନ ସମୟରେ ଜିଲା ସଂସ୍କୃତି ଅଧିକାରୀ ରିତାକନ୍ତି ବଳିୟାରସିଂହ, ପ୍ରସାର ଭାରତୀର ବୌଦ୍ଧ ଜିଲା ପ୍ରତିନିଧି ସମ୍ପଦ କୁମାର ଅଗ୍ରୱାଲା ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ବୌଦ୍ଧ ଜିଲା ସଂଗ୍ରହାଳୟ ପରିଦର୍ଶନ କଲେ ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟର ଦୁଇ ଉପ ନିର୍ଦ୍ଦେଶକ l


More Stories
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l