ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :22/08. ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରେ ନୂତନ ଭାବେ ଯୋଗଦେଇ ଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଙ୍କୁ ହରଭଙ୍ଗା ବ୍ଲକ ସାମ୍ବାଦିକ ଆସୋସେସନ ତରଫରୁ ସ୍ୱାଗତ ଶୁଭେଚ୍ଛା ଜଣାଯାଇଛି!ଶ୍ରୀ ମୁନି ସୋମବାର ଦିନ ପୁରୁଣା କଟକ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିଲେ!ଯୋଗଦାନ କୁ ନେଇ ଆସୋସେସନ ର ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଙ୍କ ତତ୍ଵାବଧାନରେ ସଂଘ ପକ୍ଷରୁ ଫୁଲ ତୋଡ଼ା ଓ ଦେଇ ଆଜି ଥାନା ଅଧିକାରୀକୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଛି!ଏହି ସମ୍ବର୍ଦ୍ଧନା ସମୟରେ ହରଭଙ୍ଗା ବ୍ଲକ ସାମ୍ବାଦିକ ଆସୋସେସନ ର ସଦସ୍ୟ ବିଭୁଦତ୍ତ ବୋଷ, ଭାଗବତ ମେହେର, ବାସୁଦେବ ସାହୁ, ଶାଶ୍ୱତ ଦାସ, ସିମୁନ ନାଏକ, ଧିରେନ ପ୍ରଧାନ, କୁମୁଦ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ଥିଲେ!ସେହିପରି ହରଭଙ୍ଗା ସରପଞ୍ଚ ସଂଘ ପକ୍ଷରୁ ମଧ୍ୟ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଛି ଏବଂ ଉକ୍ତ ସମୟରେ ସଂଘ ସଭାପତି ନିହାର ଘୋଷ, ସମ୍ପାଦକ ଅଶୋକ ସେଠି, ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ଅlଡ଼େନିଗଡ ସରପଞ୍ଚ ଅଜିତ ପ୍ରଧାନ, ତିଲେଶ୍ୱର ସରପଞ୍ଚ ପ୍ରତିନିଧି ନିକୁଞ୍ଜ ବେହେରା ଉପସ୍ଥିତ ରହିଥିଲେ!
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l