ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :16/10.ବୌଦ୍ଧ ଜ଼ିଲ୍ଲା ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକ୍ସନ ଗଣ୍ଡା ପାଜୁ ଗ୍ରାମରୁ ଏକ ହରିଣ ଶାବକ ବନ ବିଭାଗ ଉଦ୍ଧାର କରିଥିବା ଜଣା ପଡିଛି!ସୂଚନା ଅନୁଯାଇ ଗଣ୍ଡlପାଜୁ ଗ୍ରାମର ଅବଧୂତ ଭୋଇ ( 52 )ଗତକାଲି ଜଙ୍ଗଲ ରେ ଗାଇ ଚରାଉଥିବା ସମୟରେ ଏକ ହରିଣ ଶାବକ ଗାଇ ଗୋଠ କୁ ଦୌଡ଼ି ଆସିଥିଲା ଓ ଗାଈ ଗୋଠରୁ କୁଆଡେ ନ ଯିବାରୁ ତାକୁ କାଳେ କୁକୁର ବିଲୁଆ ଖାଇଯିବ ଭାବି ଅବଧୂତ ହରିଣ ଶାବକକୁ ଧରି ନିଜ ଘରକୁ ଆଣି କ୍ଷୀର ଖାଇବାକୁ ଦେଇଥିଲେ !ଏବଂ ପରେ ମାଧପୁର ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ ଙ୍କୁ ଖବର ଦିଆଯାଇଥିଲା!ଖବର ପାଇ ସୋମବାର ସକାଳୁ ମାଧପୁର ବନାଞ୍ଚଳର ଫରେଷ୍ଟର ସୁଶୀଲ କୁମାର ହୋତା, ଅଭିମନ୍ୟୁ ମହାନ୍ତି, ଦୀପକ କୁମାର ପ୍ରଧାନ , ଙ୍କ ସମେତ ସ୍ଵାଡ଼ ଟିମ ପହଂଚି ଶ୍ରୀ ଭୋଇ ଙ୍କ ଠାରୁ ହରିଣ ଶାବକ ଉଦ୍ଧାର କରି ଆଣିଥିବା ବେଳେ ଏବାବଦରେ ତଳଗାଁ ଫରେଷ୍ଟର ଅଭିମନ୍ୟୁ ମହାନ୍ତି ଙ୍କୁ ପଚାରିବାରୁ ଶାବକ ଟି ବେଶ ସୁସ୍ଥ ଥିବାର ଜଣା ପଡୁଛି ପ୍ରଥମେ ଶାବକ ଟିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଡ଼ି ଏଫ ଓ ଙ୍କ ନିଁର୍ଧେଶ ଅନୁସାରେ ସୁରକ୍ଷିତ ଜଙ୍ଗଲ ସ୍ଥାନରେ ଛାଡିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି l
ଗାଈ ଗୋଠରୁ ହରିଣ ଶାବକ ଉଦ୍ଧାର.ଜଙ୍ଗଲ ବିଭାଗକୁ ହସ୍ତାନ୍ତର…

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l