ହରଭଙ୍ଗା :ପାର୍ବଣ ର ସମ୍ଭାର ଶରତ ଋତୁରୁ ଆରମ୍ଭ ହୋଇଥାଏ!ଏହି ଋତୁ ର ଆଶ୍ୱିନ ମାସ ରେ ଦେବି ମା ମାନଙ୍କ ପୂଜା ଆରମ୍ଭ ହୋଇ କାର୍ତ୍ତିକ ମାସ ଅମାବାସ୍ୟା ଦୀପାବଳି ଦିନ ଶ୍ୟାମା କାଳୀଙ୍କ ପୂଜା ହୋଇଥାଏ!ଏହି ପୂଜାକୁ ବହୁ ସ୍ଥାନରେ ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଶ୍ୟାମା କାଳୀ ପୂଜା ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଜୟଦୁର୍ଗା କ୍ଳବ ଆନୁକୂଲ୍ୟରେ ଆଜି ଶୁଭଖମ୍ବ ସ୍ଥାପନ ସାହିତ ମା ଙ୍କ ମୃଣୟ ମୂର୍ତ୍ତି ତିଆରି ପାଇଁ ମହାନଦୀ ରୁ ଜଳପୂର୍ଣ୍ଣ କଳସି ଓ ମାଟିପୂଜା କରାଯାଇ ପୂଜା ମଣ୍ଡପ କୁ ଅଣାଯାଇଛି!ଉକ୍ତ କାର୍ଯ୍ୟକ୍ରମ ରେ କ୍ଳବ ର ସଭାପତି ସୁରେଶ ସାହୁ ସମ୍ପାଦକ ସନ୍ତୋଷ ବେହେରା, ସଦସ୍ୟ ଶାନ୍ତନୁ ବେହେରା, ଯଜ୍ଞେ ସ୍ବର ମହାରଣା, ରଞ୍ଜିତ କୁମାର ସାହୁ, ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ!
ଶ୍ୟାମା କାଳୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ଓ ମାଟି ପୂଜନ….


More Stories
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l
ସେବା ନିବୃତ୍ତ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ l
ଏକ୍ସ ଆଇ ଏମ ବିଶ୍ୱବିଦ୍ୟାଳୟରେ ଏକ୍ସ ପ୍ଲୋଜନ୍ସ ଏକ୍ସ ଜାମ୍ବୋରୀ ଅନୁଷ୍ଠିତ l